ଯାଜପୁର: କୋରୋନା ସଂକ୍ରମଣ ବ୍ୟାପୁ ଥିବାରୁ ରାଜ୍ୟ ସରକାର ଆଗାମୀ ଦୁଇ ବର୍ଷ ପାଇଁ ସରକାରୀ ନିଯୁକ୍ତି ବାତିଲ କରିଛନ୍ତି । ଯାହାକୁ ନେଇ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସରକାରୀ ନିଷ୍ପତ୍ତି ପ୍ରତିବାଦରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ବୁଧବାର କୋରେଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଦୁଇ ବର୍ଷ ସରକାରୀ ଚାକିରି ବନ୍ଦ: ଝାଡୁ ଓ ଝୁଡି ଧରି କଂଗ୍ରେସର ପ୍ରତିବାଦ - Congress protest
କୋରୋନା ସଂକ୍ରମଣ ବ୍ୟାପୁ ଥିବାରୁ ରାଜ୍ୟ ସରକାର ଆଗାମୀ ଦୁଇ ବର୍ଷ ପାଇଁ ସରକାରୀ ନିଯୁକ୍ତି ବାତିଲ କରିଛନ୍ତି । ଏହାର ପ୍ରତିବାଦରେ କୋରେଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ।
![ଦୁଇ ବର୍ଷ ସରକାରୀ ଚାକିରି ବନ୍ଦ: ଝାଡୁ ଓ ଝୁଡି ଧରି କଂଗ୍ରେସର ପ୍ରତିବାଦ congress-protests-over-two-years-of-government-service-suspended](https://etvbharatimages.akamaized.net/etvbharat/prod-images/768-512-8035222-thumbnail-3x2-ascasc.jpg)
ବହୁ କଂଗ୍ରେସ କର୍ମୀ ହାତରେ ଝାଡୁ ଓ ଝୁଡ଼ି ଧରି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ନାରାବାଜି କରିଥିଲେ। ଏଥିରେ ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଇତିଶ୍ରୀ ମହାନ୍ତି ଓ ଯୁବକଂଗ୍ରେସ କୋରେଇ ନିର୍ବାଚନ ମଣ୍ଡଳୀର ସଭାପତି ପ୍ରିୟବ୍ରତ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହେଇଥିଲେ। ସରକାର ତୁରନ୍ତ ନିଷ୍ପତ୍ତି ପରିବର୍ତ୍ତନ କରିବା ସମେତ ଜିଲ୍ଲା ତଥା ରାଜ୍ୟ ବେକାରମାନଙ୍କୁ ମାସକୁ ଭତ୍ତା ଯୋଗାଇ ଦେବାକୁ ଯୁବ କଂଗ୍ରେସ ଦାବି କରିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ