ଯାଜପୁର: ବ୍ୟାସନଗର ପୌର ପରିଷଦ ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବାକୁ ନେଇ ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘଟଣା । ପୌରାଧ୍ୟକ୍ଷାଙ୍କ ବିରୋଧରେ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ପରେ ଦଳାସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷାଙ୍କ ବହିଷ୍କାର ଓ ଗିରଫ ଦାବି କଲା କଂଗ୍ରେସ ।
ଯାଜପୁର ବ୍ୟାସନଗର ପୌର ପରିଷଦ ୮ ନମ୍ବର ୱାର୍ଡରେ ଏକ ଜିଓ ମୋବାଇଲ ଟାୱାର ନିର୍ମାଣ ପାଇଁ ଏନଓସି ଦେବାକୁ ନେଇ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏଥିରେ ଉତ୍କ୍ଷିପ୍ତ ହେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀ ଶରତ କୁମାର ରାଉତଙ୍କ ଉପରକୁ ଏକ ଫାଇଲ ଫୋପାଡ଼ିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏନେଇ ନିର୍ବାହୀ ଅଧିକାରୀ ଶରତ କୁମାର ରାଉତ ପୌରାଧ୍ୟକ୍ଷା ଅଶାଳୀନ ବ୍ୟବହାର କରିଥିବା ନେଇ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।