ଯାଜପୁର:ରାଜନୈତିକ ପ୍ରତିଦ୍ବନ୍ଦିତା ଯୋଗୁଁ ଯାଜପୁର କୁଆଖିଆ ଥାନା ରାଜେନ୍ଦ୍ରପୁରରେ ଗଣ୍ଡଗୋଳ। ପଞ୍ଚାୟତ ସରପଞ୍ଚ ଏବଂ ଅନ୍ୟ ୨ ସହଯୋଗୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ । ଏଥିଲାଗି ଅଭିଯୋଗକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି SPଙ୍କୁ ଭେଟିଛନ୍ତି ।
ଏତଲା ପରେ କାର୍ଯ୍ୟାନୁଷ୍ଠାନ ଦାବି ନହେବା ପରେ ଏହାର ପ୍ରତିବାଦ କରି ଯାଜପୁର ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି । ଅଭିଯୋଗ ମୁତାବକ ହାଟସାହି ଗାଁର ଶରତ ପଥାଳଙ୍କୁ ରାଜେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ସୁଶାନ୍ତ ବେହେରା ଏବଂ ତାଙ୍କର ଅନ୍ୟ ୨ ଜଣ ସହଯୋଗୀ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଚେନ ଲୁଟ କରି ନେଇଥିଲେ।