ଓଡିଶା

odisha

ETV Bharat / state

5'ଟି' ପରେ ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ, ୟୁନିଫର୍ମ ନ ପିନ୍ଧିବା ନେଇ ଅସନ୍ତୋଷ - ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

୫'ଟି' ଅନୁଧ୍ୟାନକାରୀ ଦଳଙ୍କ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ ପରେ ଗତକାଲି ଜିଲ୍ଲାପାଳଙ୍କ ଅଚାନକ ଚିକିତ୍ସାଳୟ ପରିଦର୍ଶନ। ଅଧିକ ଖବର ପଢନ୍ତୁ...

ଛନକା ଦେଇଛି ମୋ ସରକାର ଯୋଜନା, ସରକାରୀ ବାବୁଙ୍କ ଘନଘନ ପରିଦର୍ଶନ

By

Published : Oct 19, 2019, 10:54 AM IST

ଯାଜପୁର: 5'ଟି' ସଚିବଙ୍କ ଅଚାନକ ଜିଲ୍ଲାଗସ୍ତ ସମସ୍ତ ସରକାରୀ ବାବୁଙ୍କୁ ଭୟଭୀତ କରିରଖିଛି। କାରଣ ସରକାରଙ୍କ ଏହି ଦୁର୍ନୀତିମୁକ୍ତ ଅଭିଯାନରେ ବଳି ପଡୁଛନ୍ତି ବହୁ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ। ତେବେ ତରବରିଆ ଗସ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଦୀର୍ଘଦିନରୁ ଅଧାପନ୍ତରିଆ ହୋଇ ପଡିରହିଥିବା କାର୍ଯ୍ୟ ଏବେ ପୂରା ହେଉଛି ।

ତେବେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ 'ମୋ ସରକାର' ଯୋଜନା କାର୍ଯ୍ୟକାରୀ କରିବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । କିଛି ଦିନ ତଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ୫'ଟି' ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରି ଯାଇଥିବାବେଳେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।

ଛନକା ଦେଇଛି ମୋ ସରକାର ଯୋଜନା, ସରକାରୀ ବାବୁଙ୍କ ଘନଘନ ପରିଦର୍ଶନ

ଜିଲ୍ଲାପାଳ ପ୍ରଥମେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ପରିଦର୍ଶନ କରିବା ସହ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଦାୟିତ୍ବରେ ଥିବା ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ଟିକନିଖି ତନଖି କରିଥିଲେ । କିଛି କର୍ମଚାରୀ ଡ୍ରେସ କୋର୍ଡ ପିନ୍ଧି ନଥିବାରୁ ଜିଲ୍ଲାପାଳ ସେମାନଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ ।

ପ୍ରତ୍ୟେକ ୱାର୍ଡରେ ରୋଗୀଙ୍କ ସହ ଆଲୋଚନା କରି ଚିକିତ୍ସା,ଖାଦ୍ୟ ଓ ଔଷଧପତ୍ର ଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ। ରୋଗୀଙ୍କ ସୁବିଧା ପାଇଁ ଓ୍ୟାର୍ଡ ଗୁଡିକରେ ଯେପରି ଅଧିକ ଗହଳି ନ ହୁଏ, ସେଥିପାଇଁ ରୋଗୀ ପିଛା ଜଣେ ଆଟେନାଣ୍ଟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସ୍ବତନ୍ତ୍ର ଚଢାଉରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି,ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details