ଓଡିଶା

odisha

ETV Bharat / state

କୋରୋନା ଟେଷ୍ଟିଂ କିଟ୍ ଜାଳିବା ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଶୀଘ୍ର ଦିଅ ତଦନ୍ତ ରିପୋର୍ଟ

କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋରୋନା ଟେଷ୍ଟିଂ କିଟ ଜାଳିବା ଘଟଣା । ଘଟଣାର ତଦନ୍ତ ରିପୋର୍ଟ ଶୀଘ୍ର ଦେବା ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ଅଧିକ ପଢ଼ନ୍ତୁ

By

Published : Jan 12, 2022, 2:01 PM IST

collector ordered to give investigation report on covid test kits burnt case in jajpur
କୋରୋନା ଟେଷ୍ଟ କିଟ୍ ଜାଳିବା ଘଟଣା, ତଦନ୍ତ ରିପୋର୍ଟ ଶୀଘ୍ର ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଯାଜପୁର: କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟିଂ କିଟ୍ ଜାଳିବା ଘଟଣା । ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗତ ମଙ୍ଗଳବାର କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡ଼ିକାଲ କର୍ମଚାରୀ କୋଭିଡ ଟେଷ୍ଟ କିଟ୍ ଜାଳି ଦେଇଥିଲେ ।

କୋରୋନା ଟେଷ୍ଟ କିଟ୍ ଜାଳିବା ଘଟଣା, ତଦନ୍ତ ରିପୋର୍ଟ ଶୀଘ୍ର ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଯାଜପୁର ଜିଲ୍ଲା କୋରେଇ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ଟେଷ୍ଟ କିଟ୍ ଜାଳିବା ଘଟଣା । ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାପାଇଁ ସ୍ବାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ, ଗତ ମଙ୍ଗଳବାର କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ମାନେ କୋରୋନା କିଟ୍ ଜାଳୁଥିବା ସ୍ଥାନୀୟ ଲୋକେ ଖବର ପାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ଏହାକୁ ବିରୋଧ କରିଥିଲେ ।

ଏହି ସମ୍ପର୍କରେ ଖବର ମିଳିବା ପରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହାର ତଦନ୍ତ ଆରମ୍ଭ ହୋଇଛି ଏବଂ ଯଦି କୌଣସି ବେଆଇନ କାର୍ଯ୍ୟ ହୋଇଥାଏ, ତେବେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details