ଓଡିଶା

odisha

ETV Bharat / state

କୋଇଲା ବୋଝେଇ ଟ୍ରକ ଜବତ, 4 ଗିରଫ - କୋଇଲା ବୋଝେଇ ଟ୍ରକ ଜବତ

ଯାଜପୁରରୁ କୋଇଲା ବୋଝେଇ ଟ୍ରକ ଜବତ, 4 ଗିରଫ । ଧାମରାରୁ ଆସୁଥିବା ମୂଲ୍ୟବାନ କୋଇଲା ଟ୍ରେନ ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଇଲା ପରିବହନ ହେଉଥିବା ସମୟରେ ଅଭିନବ ଉପାୟରେ ଏହି ଗ୍ୟାଙ୍ଗ କରିଥାନ୍ତି ଚୋରି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

By

Published : Jul 25, 2019, 6:57 PM IST

ଯାଜପୁର: କୟାଁଗୋଲା ନିକଟରୁ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରକ ଜବତ, 4 ମାଫିଆଙ୍କୁ ଗିରଫ କରିଛି ଆରପିଏଫ କ୍ରାଇମବ୍ରାଞ୍ଚ । ଟ୍ରେନରେ କୋଇଲା ପରିବହନ ହେଉଥିବା ବେଳେ ଏହାକୁ ବାଟରେ ଲୁଟ କରନ୍ତି ଏହି ମାଫିଆ ରାକେଟ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଧାମରାରୁ ଆସୁଥିବା ମୂଲ୍ୟବାନ କୋଇଲା ଟ୍ରେନ ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଇଲା ପରିବହନ ହୋଇଥାଏ। ଆଉ ଅଧା ବାଟରୁ ଅଭିନବ ଉପାୟରେ ଲୁଟ କରି ଟ୍ରକ ଯୋଗେ ଚାଲାଣ କରନ୍ତି ଏହି ଗ୍ୟାଙ୍ଗ । ଏ ସଂକ୍ରାନ୍ତରେ ଯାଜପୁର ରୋଡ ଆରପିଏଫ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details