ଓଡିଶା

odisha

ETV Bharat / state

ବ୍ୟାସନଗରରେ ଅନୁଷ୍ଠିତ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବ୍ୟାସନଗରରେ ହୋଟେଲ ଯଯାତି କୋଟିଆରେ ଆରମ୍ଭ ହେଇଥିବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ

International Craft Summit
International Craft Summit

By

Published : Jan 20, 2023, 8:50 PM IST

International Craft Summit

ଯାଜପୁର: ଜିଲ୍ଲା ବ୍ୟାସନଗରଠାରେ ଅନୁଷ୍ଠିତ ହେଉଛି ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଏଭଳି ଏକ ବଡଧରଣର ସମ୍ମିଳନୀ ।

ତେବେ ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ , ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ଓ ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜାନୁଆରୀ ୨୦ ଓ ୨୧ ତାରିଖ ୨ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିରେ ଭାରତ ସମେତ ମୋଟ ୧୬ଟି ଦେଶର ପ୍ରତିନିଧି, ୨୦ ଜଣ ଆନ୍ତର୍ଜାତୀୟ କଳାକାର, ୫୦ରୁ ଊର୍ଦ୍ଧ୍ବ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଛନ୍ତି । ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବା ପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଥିବା କୁହାଯାଇଛି । ଯାଜପୁର ଜିଲ୍ଲା କାରିଗରୀ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ବିଶ୍ବବ୍ୟାପୀ ଯାଜପୁରର ହସ୍ତଶିଳ୍ପ ଓ କଳା କାରିଗରିକୁ ଏହି ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀର ପ୍ଲାଟଫର୍ମ ପ୍ରଦାନ କରିବ । ଯାହା ଏହି ସମ୍ମିଳନୀ ଆୟୋଜନର ମୂଳ ଉଦ୍ଦେଶ୍ୟ‌ ବୋଲି କୁହାଯାଇଛି ।

ଏଥିସହ ସମ୍ମିଳନୀର ପ୍ରଥମ ସଂସ୍କରଣ ୨୦ ଏବଂ ୨୧ ଜାନୁଆରୀରେ ଯାଜପୁରର ବ୍ୟାସନଗର ଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO , UNHABITAT, UNICEF ଭଳି ବିଶ୍ବସ୍ତରୀୟ ସଂଗଠନଗୁଡିକର ବିଶେଷଜ୍ଞ ଏବଂ ବିଶ୍ବସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । ଏଭଳି ଆୟୋଜନକୁ ନେଇ ଭାରତ ଏବଂ ବିଦେଶର କଳାକାର ଓ କାରିଗରମାନେ ମଧ୍ୟ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Odisha BJP State Executive Meet: ଶନିବାର ଠାରୁ ରାଜ୍ୟ ବିଜେପିର 2 ଦିନିଆ କାର୍ଯ୍ୟକାରିଣୀ ବୈଠକ

ସେପଟେ ଯାଜପୁର ତଥା ଓଡିଶାର କଳା, ସଂସ୍କୃତି ଓ ହସ୍ତଶିଳ୍ପର ସୁରକ୍ଷା ଓ ଏହାକୁ ସମୃଦ୍ଧ କରିବା କ୍ଷେତ୍ରରେ ଏହା ବାହାର ଦେଶ ଉପରେ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ ପାଇଛି । ଏହାଦ୍ବାରା ଏସବୁର ସାମଗ୍ରିକ ବିକାଶ ପାଇଁ ଏବଂ କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶୀମାନେ ମଧ୍ୟ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା ପ୍ରକଟ ହୋଇଛି । ସେପଟେ ଏହି ସମ୍ମିଳନୀର ଆଜିର ପ୍ରଥମ ଦିନରେ ଯୋଗ ଦେଇଛନ୍ତି ବଲିଉଡ଼ ନାୟିକା ଦିୟା ମିର୍ଜା । ତେବେ ଏହି ସମ୍ମିଳନୀରେ ବଲିଉଡ଼ ନାୟିକା ଦିୟା ମିର୍ଜା ଯୋଗ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details