ଯାଜପୁର:୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କୋରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଟିକା ନେବା ପରେ 3ମାସ ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିବିଶେଷ ରକ୍ତଦାନ କରି ପାରିବେ ନାହିଁ। ଏହାକୁ ନେଇ କ୍ଳବ ଦି ୟୁଥ ମାସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ରୋଡ ଡାକ୍ତରଖାନା ପରିସରରେ ଏହି ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କ୍ଲବର ସମ୍ପାଦକ ରାଜେଶ କୁମାର ରାଉତଙ୍କ ନେତୃତ୍ବରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମେ ମାସରୁ 18 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କରୋନା ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଟିକା ନେବା ପରେ 3ମାସ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ରକ୍ତଦାନ କରି ପାରିବେ ନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ରକ୍ତ ଅଭାବ ପରିସ୍ଥିତି ସୃଷ୍ଟି ହୋଇପାରେ । ଥାଲାସେମିଆ ରୋଗୀଙ୍କଠାରୁ ଆରମ୍ଭ କରି କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ପଡ଼ିପାରେ।