ଓଡିଶା

odisha

ETV Bharat / state

ଦୁର୍ବ୍ୟବହାର ଅଭିଯୋଗ, ଯାଜପୁର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଘେରାଉ କଲେ ଗ୍ରାହକ

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରିତିପୁରରେ ଗ୍ରାହକମାନଙ୍କ ପକ୍ଷରୁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଘେରାଉ । ଅଧିକ ପଢନ୍ତୁ....

ଯାଜପୁର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଘେରାଉ
ଯାଜପୁର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଘେରାଉ

By

Published : Jan 7, 2021, 6:53 PM IST

Updated : Jan 7, 2021, 7:01 PM IST

ଯାଜପୁର: ଜିଲ୍ଲା ବିଞ୍ଝାରପୁର ଥାନା ପ୍ରିତିପୁରରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଘେରାଉ । ଗ୍ରାହକମାନଙ୍କ ପକ୍ଷରୁ ଏହି ଘେରାଉ କରାଯାଇଛି । ଗ୍ରାହକମାନଙ୍କୁ ଦୁର୍ବ୍ୟବହାର କରିବା ସହ ବ୍ୟାଙ୍କ କାମରେ ଅବହେଳା ଅଭିଯୋଗରେ ଏହି ଘେରାଉ କରାଯାଇଥିବା ଜଣାପଡିଛି ।

ଦୁର୍ବ୍ୟବହାର ଅଭିଯୋଗ, ଯାଜପୁର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଘେରାଉ କଲେ ଗ୍ରାହକ

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପ୍ରିତିପୁରରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ଆଜି(ଗୁରୁବାର) ଜଣେ ଗ୍ରାହକଙ୍କୁ ଦୁର୍ବ୍ୟବହାର କରାଯିବାରୁ ଉପସ୍ଥିତ ଲୋକଙ୍କ ପକ୍ଷରୁ ବ୍ୟାଙ୍କ ଘେରାଉ କରାଯାଇଛି । ଏଥିସହ ବ୍ୟାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗ୍ରାହକ । ବ୍ୟାଙ୍କ ପରିଚାଳକ ଗ୍ରାହକଙ୍କୁ ଦୁର୍ବ୍ୟବାହାର, ସଞ୍ଚୟ ଖାତା ଖୋଲିବାକୁ ବିଳମ୍ବ, ଲୋନ ମିଳିବାରେ ବିଳମ୍ବ, ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବ୍ୟକ୍ତିଙ୍କୁ ବିସି ପ୍ରଦାନ କରିବା ଭଳି ଅଭିଯୋଗ କରିଛନ୍ତି ଗ୍ରାହକ ଏବଂ ସାଧାରଣ ଜନତା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 7, 2021, 7:01 PM IST

ABOUT THE AUTHOR

...view details