ଯାଜପୁର:ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ସ୍କୁଲରେ ଉଠବସ ହୋଇ ଚାଲିଗଲା ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜୀବନ । ଯାଜପୁରରେ ଅଭାବନୀୟ ଘଟଣା ଘଟିଛି ।ସ୍କୁଲରେ ଛାତ୍ରକୁ ଶିକ୍ଷକ ଉଠବସ କରେଇବା ସମୟରେ ଅଚେତ ହୋଇପଡିଲେ ଛାତ୍ର । ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।
ସୂଚନାଅନୁଯାୟୀ, ଯାଜପୁର ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁଅ ରୁଦ୍ର ନାରାୟଣ ସେଠୀ ଓରାଳି ସୂର୍ଯ୍ୟନାରାୟଣ ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ । ଗତ କାଲି (ମଙ୍ଗଳବାର) ଦିନ ରୁଦ୍ର ନିୟମିତ ଭାବରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ହେଲେ ଅପରାହ୍ନ ସମୟରେ ରୁଦ୍ର ପାଠ ନ ପଢି ତାର ଅନ୍ୟାନ୍ୟ ସାଙ୍ଗ ପିଲାଙ୍କ ସହିତ ସ୍କୁଲ ହତା ଭିତରେ ଦୌଡାଦୌଡି କରିବା ସହ ଖେଳୁଥିଲେ ।
ଏହାମଧ୍ୟ ପଢନ୍ତୁ..କ୍ରିକେଟ ଖେଳିବା ବେଳେ ହାର୍ଟ ଆଟାକ, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
ଏହି ଘଟଣା ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଦୃଷ୍ଟି ଗୋଚର ହେବାରୁ ସମ୍ପୃକ୍ତ ଶିକ୍ଷକ ଜଣକ ଖେଳୁଥିବା ପିଲାମାନଙ୍କୁ ପାଖକୁ ଡାକି ପାଠ ନପଢି ଖେଳିବାର କାରଣ ପଚାରିଥିଲେ । ପାଠ ସମ୍ୱନ୍ଧରେ ଗୋଟିଏ ପ୍ରଶ୍ନ ପଚାରିଥିଲେ । ହେଲେ ପିଲାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । ଯେଉଁଥିପାଇଁ ଦଣ୍ଡ ଦେବାକୁ ଯାଇ ସମ୍ପୃକ୍ତ ଶିକ୍ଷକ ଜଣକ ପିଲାମାନଙ୍କୁ ଉଠବସ ହେବା ପାଇଁ କହିଥିଲେ । ୪/୫ ଜଣ ପିଲା ଉଠବସ ହେଉଥିବା ସମୟରେ ମାତ୍ର ଦୁଇଥର ଉଠବସ ହୋଇ ରୁଦ୍ର ହଠାତ୍ ବେହୋସ ହୋଇ ତଳେ ପଡିଯାଇଥିଲେ ।