ଓଡିଶା

odisha

By

Published : Jun 17, 2021, 12:34 PM IST

ETV Bharat / state

ଗାଁ ରାସ୍ତାରେ ମେଣ୍ଢା ବାନ୍ଧିବାକୁ ନେଇ ମାରପିଟ୍, 7 ଆହତ

ମେଣ୍ଢା ବାନ୍ଧି ରାସ୍ତା ଅପରିଷ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍ । 7 ଜଣ ଆହତ । ଅଧିକ ପଢନ୍ତୁ....

ଗାଁ ରାସ୍ତାରେ ମେଣ୍ଢା ବାନ୍ଧିବାକୁ ନେଇ ମାଡପିଟ୍, 7 ଆହତ
ଗାଁ ରାସ୍ତାରେ ମେଣ୍ଢା ବାନ୍ଧିବାକୁ ନେଇ ମାଡପିଟ୍, 7 ଆହତ

ଯାଜପୁର:ଗାଁ ରାସ୍ତା ଅପରିଷ୍କାର କରିବାକୁ ନେଇ ଦୁଇ ପରିବାରର ତୁମୁଳ କାଣ୍ଡ । ଯାଜପୁର ରୋଡ ଥାନା ରାଉତରାପୁର ରାସ୍ତା ଅପରିଷ୍କାରକୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି । ଏଥିରେ ୭ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗାଁ ରାସ୍ତାରେ ମେଣ୍ଢା ବାନ୍ଧିବାକୁ ନେଇ ମାଡପିଟ୍, 7 ଆହତ

ସୂଚନା ମୁତାବକ, ଆଜି(ଗୁରୁବାର) ସକାଳୁ ଆନ୍ଦନ ପରିଡାଙ୍କ ପରିବାର ପକ୍ଷରୁ ରାସ୍ତାରେ ମେଣ୍ଡା ବାନ୍ଧି ଅପରିଷ୍କାର କରୁଥିବା ଦେଖି ନୀଳମଣି ପରିଡା କାହିଁକି ରାସ୍ତାକୁ ଅପରିଷ୍କାର କରୁଛ ବୋଲି ପଚରିଥିଲେ । ଏହାକୁ ଭିତ୍ତି କରି ଦୁଇ ପରିବାର ମଧ୍ୟରେ ଜୋରରେ ପାଟିତୁଣ୍ଡ ହେବା ସହିତ ଠେଙ୍ଗାରେ ମାଡ଼ପିଟ ହୋଇଥିଲା । ଯାହାଫଳରେ ନୀଳମଣିଙ୍କ ପରିବାରରୁ ୪ ଜଣ ଓ ଆନନ୍ଦଙ୍କ ପରିବାରରୁ ୩ ଆହତ ହୋଇଥିଲେ । ତେବେ ଗଣ୍ଡଗୋଳକୁ ଦେଖି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ଡାକ୍ତର ସେମାନଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇଜଣ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛନ୍ତି ।

ଗଣ୍ଡଗୋଳରେ ନୀଳମଣି, ତାଙ୍କ ପୁଅ ସୁଜିତ ପରିଡା, ଆଶିଷ ପରିଡାଙ୍କ ସମେତ 4 ଜଣ ଓ ଆନନ୍ଦ ପରିଡାଙ୍କ ପରିବାର 3 ଆହତ ହୋଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details