ଯାଜପୁର: ଦିନକୁ ଦିନ ବଢୁଛି ହତ୍ୟା ଦୁଷ୍କର୍ମ ଭଳି ଘଟଣା । ପ୍ରତିଦିନ ଏପରି ନାରକୀୟ କାଣ୍ଡ ଭିଆଉଛନ୍ତି ମଣିଷ ରୂପି ରାକ୍ଷସ । ଏପର୍ଯ୍ୟନ୍ତ ମୟୂରଭଞ୍ଜ ଝରାଫୁଲ ଘଟଣାରେ କୌଣସି ପତ୍ତା ମିଳିନଥିବାବେଳେ ଏବେ ପୁଣି ସାମନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଘଟଣା । ଯାଜପୁର କୁଆଖିଆ ଥାନା ବ୍ରାହ୍ମଣବାଡ଼ ବେହେରା ସାହିରେ ଜଣେ ବ୍ୟକ୍ତିଙ୍କ ବାଡିରୁ କଟାହାତ ପାପୁଲି ଉଦ୍ଧାର ହୋଇଛି ।
ପୁଣି ଚର୍ଚ୍ଚାରେ କୁଆଖିଆ, ବାଡିରୁ ମିଳିଲା କଟା ପାପୁଲି - jajpur crime news
ଯାଜପୁର କୁଆଖିଆ ଥାନା ବ୍ରାହ୍ମଣବାଡ଼ ବେହେରା ସାହିରେ ଜଣେ ବ୍ୟକ୍ତିଙ୍କ ବାଡିରୁ କଟାହାତ ପାପୁଲି ଉଦ୍ଧାର ହୋଇଛି । କଟା ପାପୁଲି କାହାର ଏବଂ ଏଠାକୁ କେଉଁଠୁ ଆସିଲା ତାହା ଅସ୍ପଷ୍ଟ ରହିଛି ।
ବାଡିରୁ କଟା ପାପୁଲି ଉଦ୍ଧାର
କଟା ପାପୁଲି କାହାର ଏବଂ ଏଠାକୁ କେଉଁଠୁ ଆସିଲା ତାହା ଅସ୍ପଷ୍ଟ ରହିଛି । କୁଆଖିଆ ପୋଲିସ ଦ୍ବାରା ଘଟଣାର ତଦନ୍ତ ଜାରି ରହିଛି । ତେବେ ସ୍ଥାନୀୟ ଅଞ୍ଚଳରେ କଟା ପାପୁଲି ମିଳିବାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ