ଓଡିଶା

odisha

ETV Bharat / state

୧୧ ଦିନ ହେଲା ନାବାଳକ ନିଖୋଜ, ପୋଲିସ ହାତ ଖାଲି

ଗାଁ ଦାଣ୍ଡରେ ଖେଳୁଥିବା ନାବାଳକ ନିଖୋଜ । ୧୧ ଦିନ ପରେ ମଧ୍ୟ ମିଳିନି କୌଣସି ପତ୍ତା । ପୋଲିସର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢ଼ନ୍ତୁ

By

Published : Aug 3, 2022, 7:58 PM IST

child missing in jajpur
୧୧ ଦିନ ହେଲା ନାବାଳକ ନିଖୋଜ, ପୋଲିସ ହାତ ଖାଲି

ଯାଜପୁର: ଗାଁ ଦାଣ୍ଡରେ ଖେଳିବାକୁ ଯାଇଁ ନାବାଳକ ନିଖୋଜ । ନିଖୋଜ ହେବାର ୧୧ଦିନ ବିତିଲାଣି । ମାତ୍ର ଏଯାବତ ନାବାଳକର କୌଣସି ପତ୍ତା ମିଳିନାହିଁ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଚିକଣା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ଏଭିଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

୧୧ ଦିନ ହେଲା ନାବାଳକ ନିଖୋଜ

ଗ୍ରାମର ବଟକୃଷ୍ଣ ଜେନାଙ୍କ ୧୨ ବର୍ଷର ପୁଅ ରାଜୀବ କାଉଡ଼ିଆମାନଙ୍କୁ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା l ଏନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରାଜୀବର ସନ୍ଧାନ ମିଳିପାରିନାହିଁ । ତେବେ ନିଖୋଜ ନାବାଳକର ପିତାମାତା କହିଛନ୍ତି,"ଆମେ ଗରିବ ଲୋକ ବୋଲି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।"

ଘଟଣା ପଛରେ ଅପହରଣ କିମ୍ବା ହତ୍ୟା କାରଣ ଥିବାନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଘଟଣାର ତଦନ୍ତ କରି ପୋଲିସ ତୁରନ୍ତ ରାଜୀବକୁ ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details