ଓଡିଶା

odisha

ETV Bharat / state

Cyclone Jawad Damage: ବାତ୍ୟାରେ ନଷ୍ଟ ଧାନ ଫସଲ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ - କେନ୍ଦ୍ରୀୟ ଦଳର ଯାଜପୁର ପରିଦର୍ଶନ

ଯାଜପୁର ଜିଲ୍ଲାର ବାତ୍ୟା ଜୱାଦ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଦଶରଥପୁର ବ୍ଲକ ରାହସୋଇ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ସହିତ ପରିସ୍ଥିତିର ଅନୁଧ୍ୟାନ କରିଥିଲେ । କ୍ଷତିପୂରଣ ପାଇଁ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ପ୍ରତିନିଧି ଦଳ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ

ଯାଜପୁରରେ କେନ୍ଦ୍ରୀୟ ଟିମ: ବାତ୍ୟାରେ ନଷ୍ଟ ଧାନ ଫସଲର କଲେ ଅନୁଧ୍ୟାନ
ଯାଜପୁରରେ କେନ୍ଦ୍ରୀୟ ଟିମ: ବାତ୍ୟାରେ ନଷ୍ଟ ଧାନ ଫସଲର କଲେ ଅନୁଧ୍ୟାନ

By

Published : Dec 13, 2021, 10:14 PM IST

ଯାଜପୁର: ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଜିଲ୍ଲାର ଦଶରଥପୁର ବ୍ଲକର ରାହସୋଇ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ପ୍ରଭାବିତ ଚାଷୀ ମାନଙ୍କୁ ଭେଟିଥିଲେ । ଏବେବି ଶହ ଶହ ଏକର ଚାଷ ଜମିରେ ପାଚିଲା ଧାନ ବର୍ଷା ଜଳରେ ବୁଡି ଧାନ ସବୁ ଗଜା ହୋଇଯାଇଥିବା ଦେଖିବାକୁ ପାଇଥିଲେ । ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଚାଷୀ ମାନଙ୍କର ନାହିଁ ନଥିବା କ୍ଷତି ହୋଇଛି । କ୍ଷତିଗ୍ରସ୍ତ ଚାଷୀ ମାନେ କ୍ଷତିପୂରଣ ପାଇଁ ପ୍ରତିନିଧି ଦଳ ନିକଟରେ ଦାବି କରିଥିଲେ ।

ଯାଜପୁରରେ କେନ୍ଦ୍ରୀୟ ଟିମ: ବାତ୍ୟାରେ ନଷ୍ଟ ଧାନ ଫସଲର କଲେ ଅନୁଧ୍ୟାନ


ଚଳିତ ବାତ୍ୟା ପ୍ରଭାବରେ ଜିଲ୍ଲାରେ ଅନେକ ବ୍ଲକ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା । ଜିଲ୍ଲାର ଦଶରଥପୁର, ବିଞ୍ଝାରପୁର, ଯାଜପୁର ସମେତ ଅଧିକାଂଶ ବ୍ଲକରେ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ବର୍ଷା ଜଳ ନିଷ୍କାସନ ହୋଇନପାରି ଧାନ ଫସଲ ନଷ୍ଟ ହୋଇଛି । ପ୍ରତିବର୍ଷ ଏହି ସମସ୍ୟା ହେଉଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି । ସେପଟେ କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ମାନଙ୍କ ସହିତ ଆଲୋଚନା କରି ଦୁଃଖ ପ୍ରକାଶ କରିଥିଲେ । ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ ବୋଲି ପ୍ରତିନିଧି ଦଳ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ପ୍ରତିନିଧି ଦଳ ବିଞ୍ଝାରପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲେ ହେଁ ଶେଷ ସମୟରେ ବାତିଲ ହୋଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details