ଓଡିଶା

odisha

ETV Bharat / state

ବ୍ୟାସନଗର ସେଣ୍ଟ୍ରାଲ ସ୍କୁଲ ପାଇଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ - ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ତିଆରି

ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଇଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ ଟଙ୍କା, ସୂଚନା ଦେଲେ ସାଂସଦ ଶର୍ମିଷ୍ଠା ସେଠି ।

ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଇଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ
ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଇଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ

By

Published : Jul 15, 2021, 7:51 AM IST

ଯାଜପୁର: ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଇଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ ଟଙ୍କା । ସୂଚନା ଦେଲେ ସାଂସଦ ଶର୍ମିଷ୍ଠା ସେଠି । ବୁଧବାର ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଅଚାନକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସିଥିଲେ । ସୂଚନା ମୁତାବକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲର ନିଜସ୍ଵ ଘର କିମ୍ବା ଜାଗା ନଥିବାରୁ ବ୍ୟାସନଗର ସ୍ଥିତ ଏନସି ହାଇସ୍କୁଲ ପରିସରରେ ଅନେକ ଦିନ ହେବ ପାଠପଢା ଚାଲୁ ରହୁଛି । ଯେଉଁଠି ୪୫୦ରୁ ଉର୍ଦ୍ଧ୍ବ ପିଲା ପାଠ ପଢ଼ୁଥିବା ବେଳେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନଥିବାରୁ ପାଠ ପଢିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ।

ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଇଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ

ଏହାକୁ ଦୃଷ୍ଟିରେ ରଖି ସ୍କୁଲର ଅଭିଭାବକ ସଙ୍ଘ ଓ ସ୍କୁଲର ପ୍ରିନ୍ସପାଲ ସ୍ୱତନ୍ତ୍ର ସ୍କୁଲ ଘର ନିର୍ମାଣ ପାଇଁ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ଅଶୋକ କୁମାର ବଳଙ୍କ ନିକଟରେ ଦାବି କରୁଥିଲେ । ତେବେ ସାଂସଦ ଓ ବିଧାୟକଙ୍କ ପ୍ରଚେଷ୍ଟାରେ ସେଣ୍ଟ୍ରାଲ ସ୍କୁଲର ସ୍ଵତନ୍ତ୍ର ଗୃହ ନିର୍ମାଣ ପାଇଁ ୨୩ କୋଟି ୩୨ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ବୁଧବାର ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସି ସୂଚନା ଦେଇଛନ୍ତି ସାଂସଦ ଶ୍ରୀମତୀ ସେଠି।

ଏଥିସହିତ ଏହି କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ ହେବ ସେଥିପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି ସାଂସଦଙ୍କ ପକ୍ଷରୁ ସୂଚନା ମିଳିଛି।ଆଜିର ଏହି ଗସ୍ତ ସମୟରେ ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧ୍ଯକ୍ଷା ସବିତା ରାଉତ, ବିଜେଡି ଯୁବ ନେତା ପ୍ରିତିରଞ୍ଜନ ସାହୁଙ୍କ ସମେତ ସମସ୍ତ ଅଭିଭାକ ସଙ୍ଘର ସଦସ୍ୟ ଉପସ୍ଥିତ ଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details