ଯାଜପୁର: କେନ୍ଦ୍ର ସରକାର ଦେଶର ବଡ ବଡ ରୁଗ୍ଣ ଶିଳ୍ପସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ କ୍ୟାବିନେଟ୍ ସ୍ତରରେ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । କିଛି ଦିନ ପୂର୍ବେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଓ ଷ୍ଟିଲ୍ ମେଲ୍ଟିଙ୍ଗ୍ ସପକୁ ବନ୍ଦ କରି ଦିଆଯାଇଥିବା ବେଳେ ଏବେ କୋକ୍ ଓଭେନ୍ ଓ ପାୱାର ପ୍ଲାଣ୍ଟ ବନ୍ଦ ହେବାକୁ ବସିଥିଲା । କାରଖାନା ମୁଖ୍ୟ ପରିଚାଳନା ଦାୟିତ୍ବରେ ଥିବା ଏମ୍.ଏମ୍.ଟି.ସି. ଓ ଅନ୍ୟ ଅଂଶୀଦାର ମାନେ ପରିଚାଳନା ଭାରରୁ ଓହରି ଯିବାକୁ ନିଷ୍ପତ୍ତି ନେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ଯେହେତୁ ଗତ କିଛି ମାସ ତଳେ 8ହଜାର 3ଶହ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତେଣୁ ଏବେ ଅଂଶୀଦାରମାନଙ୍କ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହେବା ପରେ କାରଖାନାର ଶ୍ରମିକ କର୍ମଚାରୀ ମାନେ କାରଖାନାର ପୁର୍ବସ୍ଥିତି ଫେରିବା ନେଇ ଆଶାବାଦୀ ଅଛନ୍ତି । ଯାହାକୁ ନେଇ ଶ୍ରମିକ ଓ କର୍ମଚାରୀ ମହଲରେ ଚାଲିଛି ନାନା ପ୍ରକାରର ଆଲୋଚନା । କାରଖାନା ପାଇଁ ଜମି ହରାଇ କାରଖାନାରେ ନିଯୁକ୍ତି ପାଇଥିବା ବିସ୍ଥାପିତ ପରିବାର ସଦସ୍ୟ ମାନେ ମଧ୍ୟ ଆଶଙ୍କା ଦେଇ ଗତି କରୁଛନ୍ତି ।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିଷ୍ଠିତ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମ କାରଖାନାରୁ ଅଂଶୀଦାରମାନଙ୍କ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏମ୍.ଏମ୍.ଟି.ସି. ଓ ତାର କେତେକ ସହଯୋଗୀ ସଂସ୍ଥା ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଗତ ପ୍ରାୟ 8ମାସ ହେବ ଧିରେ ଧିରେ ଗୋଟିଏ ପରେ ଗୋଟିଏ ୟୁନିଟ୍ ବନ୍ଦ ହୋଇଚାଲିଥିଲା । ଯାହାକୁ ନେଇ ଚିନ୍ତାରେ ପଡିଥିଲେ କାରଖାନାର ଶ୍ରମିକ ଓ 450 ବିସ୍ଥାପିତ ପରିବାର । ଏପଟେ ସରକାରଙ୍କ ନୂଆ ନିଷ୍ପତ୍ତି ପରେ ବେଶ୍ ଆଶାବାଦୀ ସେମାନେ ।