ଯାଜପୁର:ରାଜ୍ୟରେ ଦିନକୁ ଦିନ ବେଧଡକ ବଢିବାରେ ଲାଗିଛି ଗୋରୁ ଚୋରାଚାଲଣ । ସୂଚନା ଅନୁସାରେ କଲିକତାକୁ ଗୋରୁ ଚୋରାଚାଲାଣ ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଯାଜପୁର ସଦର ପୋଲିସ ଭୁଇଁପୁର ନିକଟରେ ଚଢ଼ାଉ କରି ଗୋଟିଏ ଗୋରୁବୋଝେଇ କଣ୍ଟେନର ଜବତ କରିଛି ।
ଗୋରୁ ବୋଝେଇ ଗାଡିକୁ ଗୋଡେଇ ଧରିଲା ପୋଲିସ, ୫୦ ଗାଈ ଉଦ୍ଧାର - ଗୋରୁ ଚୋରାଚାଲଣ ଯାଜପୁର
ଯାଜପୁରରେ ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । 50ରୁ ଉର୍ଦ୍ଧ୍ବ ଗୋରୁକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ
ବେଆଇନ ଗୋଚାଲାଣ: ଗୋରୁ ବୋଝେଇ କଣ୍ଟେନର ଜବତ
ଖବରପାଇ ଯାଜପୁର ସଦର ପୋଲିସ ଅଚାନକ ଚଢାଉ କରି ଭ୍ୟାନ ଗୁଡିକୁ ଅଟକାଇ ଥିଲା । ଯାଜପୁର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫୦ ରୁ ଉର୍ଦ୍ଧ୍ବ ଗୋରୁକୁ ଉଦ୍ଧାର କରିଛି । ଏହାସହ ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଜବତ କରିଛି । ପୋଲିସ୍ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ