ଯାଜପୁର: ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷାଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ । ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷାଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପାରିବାରିକ ବିବାଦର ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ଏହି କୋର୍ଟରେ ମୋଟ 53ଟି ମାମଲା ଆଗତ ହୋଇଥିଲା । ସେଥିମଧ୍ୟରୁ 42ଟି ମାମଲାର ବିଚାର ହୋଇଥିବା ବେଳେ 10ଟି ମାମଲାରେ ଆପୋଷ ମିଳାମିଶା ହୋଇଥିଲା।