ଯାଜପୁର: ବଜରଙ୍ଗ ଦଳ ପକ୍ଷରୁ ସିଏଏ ସମର୍ଥନରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଛି । ବିରଜା ମନ୍ଦିର ନିକଟରୁ ବାହାରି ବଜରଙ୍ଗ ଦଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଏହି ରାଲି । ସମଗ୍ର ଦେଶରେ ସିଏଏ ଆଇନ ଲାଗୁ ହୋଇଥିବା ବେଳେ, ଏହାକୁ ଭୁଲ ଭାବେ ଉପସ୍ଥାପନ କରି କେତେକ ଲୋକ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ସିଏଏ ଫଳରେ ଅଧିକରୁ ଅଧିକ ଲୋକେ ନାଗରିକତ୍ୱ ପାଇବେ କିନ୍ତୁ ଏହା କୌଣସି ଲୋକକୁ ନାଗରିକତାରୁ ବାଦ ଦେବା ପାଇଁ ନୁହେଁ ବୋଲି ଏହି ଅବସରରେ ସଚେତନ କରାଯାଇଥିଲା । ଏହି ରାଲିରେ ବଜରଙ୍ଗ ଦଳର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।
ସିଏଏ ସମର୍ଥନରେ ବଜରଙ୍ଗ ଦଳର ରାଲି - ବଜରଙ୍ଗ ଦଳର ରାଲି
ବଜରଙ୍ଗ ଦଳ ପକ୍ଷରୁ ସିଏଏ ସମର୍ଥନରେ ବାଇକ ରାଲି ଯାଜପୁରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ବିରଜା ମନ୍ଦିର ନିକଟରୁ ବାହାରି ବଜରଙ୍ଗ ଦଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଏହି ରାଲି। ଅଧିକ ପଢନ୍ତୁ...
ସିଏଏ ସମର୍ଥନରେ ବଜରଙ୍ଗ ଦଳର ରାଲି
ସିଏଏ ସମର୍ଥନରେ ବଜରଙ୍ଗ ଦଳର ରାଲି
ଯାଜପୁରରୁ ଞ୍ଜାନ ରଞ୍ଜନ ଓଝା, ଇଟିଭି ଭାରତ