ଓଡିଶା

odisha

By

Published : Oct 7, 2019, 6:03 PM IST

ETV Bharat / state

ଖେଳପଡ଼ିଆ ପାଲଟିଲା ପାର୍କିଂ ଜୋନ, ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

ରାତିଅଧରେ ପିଲାଙ୍କ ଖେଳ ପଡ଼ିଆ ପାଲଟିଛି ଖଣି କମ୍ପାନୀର ପାର୍କିଂ ସ୍ଥଳୀ । ପ୍ରତିଦିନ ଗାଁ ଦାଣ୍ଡରେ ଗଡ଼ୁଛି ଶହ ଶହ ଟ୍ରକ । ଫଳରେ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଯାହାର ପ୍ରତିବାଦରେ ଧାରଣା ଦେଇଛନ୍ତି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଖଣି ଅଞ୍ଚଳରେ ଖଣି କମ୍ପାନୀଙ୍କ ମନମୁଖୀ କାରବାର । ରାତିଅଧିଆ ଗାଁ ପଡିଆରେ ଖୋଲିଛି ବେଆଇନ ପାର୍କିଂ ଜୋନ୍ । ପିଲାଙ୍କ ଖେଳ ପଡିଆରେ ରଖାଯାଇଛି ଶହ ଶହ ଟ୍ରକ ଓ ଡମ୍ଫର । ଫଳରେ ପରିଣାମ ଭୋଗୁଛନ୍ତି ଗ୍ରାମବାସୀ । ଗାଁ ଦାଣ୍ଡରେ ଟ୍ରକ୍ ଗୁଡିକର ଯାତାୟାତ ଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଏହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ସୁକିନ୍ଦାର କାଳିଆପାଣି ଖଣି ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ କଅଁସ ଗ୍ରାମରେ ।

ଖେଳ ପଡ଼ିଆ ପାଲଟିଲା ପାର୍କିଂ ଜୋନ, ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

ଗାଁ ପଡିଆ ରାତିଅଧିଆ ଟ୍ରକ ପାର୍କିଂ ପାଲଟି ଥିବାବେଳେ ଏହା ବିରୋଧରେ ପ୍ରତିବାଦ କରିଛନ୍ତି ଶତାଧିକ ଗ୍ରାମବାସୀ । ପଡିଆ ଆଗରେ ଦରି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପୁରୁଷ ଓ ମହିଳା । ଓଏମସି ସମେତ ବିଭିନ୍ନ ଖଣି ପରିବହନରେ ନିୟୋଜିତ ଟ୍ରକ୍ ଓ ଡମ୍ଫର ଆଦିକୁ ଗାଁ ପଡିଆରେ ବେଆଇନ ଭାବେ ରଖାଯାଉଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଗାଁ ପଡିଆକୁ ଏଭଳି ବେଆଇନ ପାର୍କିଂ ଜୋନ୍ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।

ସେପଟେ ସ୍ଥାନୀୟ ଥାନା ଅଧିକାରୀ ଓ ଖଣିସଂସ୍ଥାର ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା ମଧ୍ୟ ଆରମ୍ଭ କରିଛନ୍ତି । ପାର୍କିଂ ଜୋନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରତିଶୃତି ମିଳିଛି କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନକୁ ତୀବ୍ରତର କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details