ଯାଜପୁର: କୋରେଇ ବ୍ଳକ ଗୋଳେଇପୁର ଗାଁରେ ମୋହରମ ଉତ୍ତୋଳନ ବନ୍ଦ କରିବାକୁ ନୋଟିସ୍ ଦେଲା ବ୍ୟାସନଗର ତହସିଲ । ଗ୍ରାମବାସୀଙ୍କ ଦ୍ବାରା ବାରମ୍ବାର ଉତ୍ତୋଳନ ବିରୋଧରେ ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏକ ଘରୋଇ କମ୍ପାନୀ ଗତ କିଛିଦିନ ହେବ ଗୋଳେଇପୁର ଗାଁ ନିକଟରେ ମୋହରମ ଉତ୍ତୋଳନ କରି ଆସୁଥିଲା । ଯାହାକୁ ବିରୋଧ କରି ବ୍ୟାସନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ଗ୍ରାମବାସୀ ।
ମୋହରମ ଉତ୍ତୋଳନ ବନ୍ଦ କରିବାକୁ ନୋଟିସ କଲା ବ୍ୟାସନଗର ତହସିଲ
କୋରେଇ ବ୍ଳକ ଗୋଳେଇପୁର ଗାଁରେ ମୋହରମ ଉତ୍ତୋଳନ ବନ୍ଦ କରିବାକୁ ନୋଟିସ କଲା ବ୍ୟାସନଗର ତହସିଲ । ଅଧିକ ପଢନ୍ତୁ...
ମୋହରମ ଉତ୍ତୋଳନ ବନ୍ଦ କରିବାକୁ ନୋଟିସ କଲା ବ୍ୟାସନଗର ତହସିଲ
ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନରୁ ମୋହରମ ଉତ୍ତୋଳନ ସମୟରେ ସେହି ଘରୋଇ କମ୍ପାନି ଓ ଗ୍ରାମବାସୀ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା । ତେବେ ଏହି ବେଆଇନ ମୋହରମ ଉତ୍ତୋଳନ ବନ୍ଦ କରିବାକୁ ତହସିଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିଲେ ବି କମ୍ପାନୀ କତ୍ତୃପକ୍ଷ ମାନୁନଥିବା ଦେଖିବାକୁ ମିଳିଥିଲା । ଶେଷରେ ଆଜି କାମ ବନ୍ଦ କରିବାକୁ ନୋଟିସ ଦିଆଯାଇଥିବା ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ