ଓଡିଶା

odisha

ETV Bharat / state

ବ୍ୟାସନଗର ପୌରପରିଷଦର ୱାର୍ଡ ସଂରକ୍ଷଣକୁ ନେଇ ଆଜିଠୁ ଅଭିଯୋଗ ଶୁଣାଣି ଆରମ୍ଭ - ବ୍ୟାସନଗର ପୌରପରିଷଦ

ଗତ ୧୮ ତାରିଖରୁ ବ୍ୟାସନଗର ପୌରପରିଷଦର ୱାର୍ଡ ସଂରକ୍ଷଣକୁ ନେଇ ଅଭିଯୋଗ ଶୁଣାଣି ବନ୍ଦ ଥିବାବେଳେ ଆଜିଠୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା । ଅଧିକ ପଢନ୍ତୁ

ବ୍ୟାସନଗର ପୌରପରିଷଦର ୱାର୍ଡ ସଂରକ୍ଷଣକୁ ନେଇ ଆଜିଠୁ ଅଭିଯୋଗ ଶୁଣାଣି ଆରମ୍ଭ
ବ୍ୟାସନଗର ପୌରପରିଷଦର ୱାର୍ଡ ସଂରକ୍ଷଣକୁ ନେଇ ଆଜିଠୁ ଅଭିଯୋଗ ଶୁଣାଣି ଆରମ୍ଭ

By

Published : Nov 23, 2021, 2:57 PM IST

ଯାଜପୁର:ବ୍ୟାସନଗର ପୌରପରିଷଦର ୱାର୍ଡ ସଂରକ୍ଷଣକୁ ନେଇ ଆରମ୍ଭ ହେବ ଅଭିଯୋଗ ଶୁଣାଣି । ଗତ ୧୮ ତାରିଖରୁ ଅଭିଯୋଗ ଗ୍ରହଣ କରିବା ବନ୍ଦ ହେବା ପରେ ଏହା ଆଜିଠୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ଜାରି ରହିବା ନେଇ ପୌରପ୍ରଶାସନ ତରଫରୁ କୁହାଯାଇଥିଲା ।

ବ୍ୟାସନଗର ପୌରପରିଷଦର ୱାର୍ଡ ସଂରକ୍ଷଣକୁ ନେଇ ଆଜିଠୁ ଅଭିଯୋଗ ଶୁଣାଣି ଆରମ୍ଭ

ସୂଚନା ମୁତାବକ ବ୍ୟାସନଗର ପୌରପରିଷଦର ୱାର୍ଡ ସଂରକ୍ଷଣ ତାଲିକା ଗତ ୯ ତାରିଖରେ ପ୍ରକାଶ ପାଇଥିଲା। ଯାହାଫଳରେ ଅନେକ ୱାର୍ଡରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ନେତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଅଭିଯୋଗ ତାରିଖ ଭିତରେ ବ୍ୟାସନଗରର ବିଭିନ୍ନ ୱାର୍ଡର ୨୪ ଜଣ ଲୋକ ୨୫ଟି ଅଭିଯୋଗ କରିଥିଲେ । ତେବେ ଗତ ୧୮ ତାରିଖରୁ ଅଭିଯୋଗ ଗ୍ରହଣ କରିବା ବନ୍ଦ ହେବା ପରେ ଏବେ ଅଭିଯୋଗ ଶୁଣାଣି ଆରମ୍ଭ ହେଇଛି। ତେବେ ବ୍ୟାସନଗର ସହରରେ ୨୬ଟି ୱାର୍ଡ ଥିବାବେଳେ ୨,୪,୫,୮,୯,୧୦,୧୫,୧୭,୧୮,୨୨,୨୩,୨୫ ଓ ୨୬ ନମ୍ବର ୱାର୍ଡ ସଂରକ୍ଷଣକୁ ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ଜଣାପଡ଼ିଛି । ସେପଟେ ଆଜି ଏହି ଶୁଣାଣି ଆରମ୍ଭ ହେବ ବୋଲି ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details