ଓଡିଶା

odisha

ETV Bharat / state

କୋରୋନା ପାଇଁ ଯାଜପୁରରୁ ବନ୍ଦ ହେଲା ରାଉରକେଲା ଓ କୋଲକାତାକୁ ବସ ସେବା - jajpur corona

ଯାଜପୁର ଜିଲ୍ଲାରେ ବିଗୁଡୁଛି କୋରୋନା ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଟାଉନରୁ ରାଉରକେଲା ଓ କୋଲକାତାକୁ ଯାତାୟତ କରୁଥିବା ବସ ଉପରେ କଟକଣା ଜାରି କରିଛି ପ୍ରଶାସନ । ଅଧିକ ପଢନ୍ତୁ...

Bus services to Rourkela and Kolkata were stop from Jajpur for Corona
କୋରୋନା ପାଇଁ ଯାଜପୁରରୁ ବନ୍ଦ ହେଲା ରାଉରକେଲା ଓ କୋଲକାତାକୁ ବସ ସେବା

By

Published : Jul 16, 2020, 3:57 PM IST

ଯାଜପୁର: ଜିଲ୍ଲାରେ ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନାର ସ୍ଥିତି । ବିଗୁଡୁଥିବା ଏହି ସ୍ଥିତିକୁ ନେଇ ନାକେଦମ ଜିଲ୍ଲା ପ୍ରଶାସନ । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇ ଦେଇଛି । ସେପଟେ ଜିଲ୍ଲାର କୋରୋନାର ଅସମ୍ଭାଳ ସ୍ଥିତିକୁ ଦୃଷ୍ଟିରେ ଯାଜପୁର ଟାଉନରୁ ରାଉରକେଲା ଓ କୋଲକାତାକୁ ଯାତାୟତ କରୁଥିବା ବସ ଉପରେ କଟକଣା ଜାରି କରିଛି ପ୍ରଶାସନ ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଭୟ ରୁଟରେ ଯାଉଥିବା ବସକୁ ବନ୍ଦ କରାଯାଇଛି । ସାମାନ୍ୟ ଅବସ୍ଥା ଆସିଲେ ଯାହା କିଛି ଚିନ୍ତା କରାଯିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡିଛି । ଅପରପକ୍ଷେ ବସ ବ୍ୟବସାୟ ଉପରେ ନିର୍ଭର କରୁଥିବା ଲୋକେ ପ୍ରଶାସନର ଏଭଳି ନିଷ୍ପତ୍ତିରେ ପ୍ରଭାବିତ ହୋଇଛନ୍ତି ।

କୋରୋନା ପାଇଁ ଯାଜପୁରରୁ ବନ୍ଦ ହେଲା ରାଉରକେଲା ଓ କୋଲକାତାକୁ ବସ ସେବା

ପ୍ରକାଶ ଥାଉ କି, ଗୁରୁବାର ଯାଜପୁର ଜିଲ୍ଲାରେ 15 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 934ରେ ପହଞ୍ଚିଛି । ସେହିପରି 587 ଜଣ ସୁସ୍ଥ ହୋଇଥିବା ବେଳେ 346ଟି ସକ୍ରିୟ ମାମଲା ଏବଂ ଜଣଙ୍କ ମୃତ୍ୟୁ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details