ଯାଜପୁର: ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ କୁ ନେଇ ସାରା ଓଡିଶାରେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଯାଜପୁର ଜିଲ୍ଲାର ଦଶଥପୁର ଓ ବିଂଝାରପୁର ବ୍ଲକରେ ନଦୀକୂଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ବାତ୍ୟାକୁ ନେଇ ବହୁତ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖାଲି ନଦୀକୁଳିଆ ଅଞ୍ଚଳ ବସିନ୍ଦା ନୁହଁନ୍ତି, ସହରରେ ଥିବା ଅନେକ ବସ୍ତି ଅଞ୍ଚଳରେ ମଧ୍ୟ ବସବାସ କରୁଥିବା ଲୋକଙ୍କର ସମାନ ଅବସ୍ଥା। ତେବେ ବସ୍ତି ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା କେମିତି ଅଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଆମ ଇଟିଭି ଭାରତର ସମ୍ବାଦଦାତା ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି।
‘ବୁଲବୁଲ’ କୁ ନେଇ ବସ୍ତିବାସିନ୍ଦାଙ୍କ ପ୍ରତିକ୍ରିୟା - ଯାଜପୁର ନ୍ୟୁଜ
ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ନେଇ ଯାଜପୁର ଜିଲ୍ଲାରେ ଥିବା ବସ୍ତି ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା କେମିତି ଅଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଆମ ଇଟିଭି ଭାରତର ସମ୍ବାଦଦାତା ସେଠାରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି।
![‘ବୁଲବୁଲ’ କୁ ନେଇ ବସ୍ତିବାସିନ୍ଦାଙ୍କ ପ୍ରତିକ୍ରିୟା](https://etvbharatimages.akamaized.net/etvbharat/prod-images/768-512-5009216-thumbnail-3x2-collage-2.jpg)
ବୁଲବୁଲ
ବୁଲବୁଲକୁ ନେଇ ଯାଜପୁର ବସ୍ତିବାସିନ୍ଦାଙ୍କ ପ୍ରତିକ୍ରିୟା
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ