ଯାଜପୁର: ପୋଲର ଅବସ୍ଥା ଦେଖିଲେ ଲାଗୁଛି ଭଲ ଅଛି । ହେଲେ ଅଚାନକ ଭୁଶୁଡ଼ି ପଡ଼ିଲା । ଯାଜପୁର 16 ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଥିବା ଏକ ପୋଲ ଭୁଶୁଡ଼ି ପଡିଛି । ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ଏକାଧିକ ବସ ଓ ଟ୍ରକ । ପୋଲଟି 10 ଫୁଟ ତଳକୁ ଖସି ଯାଇଛି । ଫଳରେ ଯାତାୟ ବାଧାପ୍ରାପ୍ତ ହୋଇଛି । ପୋଲ ଭୁଶିଡ଼ିବାକୁ ଏକାଧିକ ଗାଡ଼ି ଅଟକି ରହିଛି । ବାଲେଶ୍ବର- ଭୁବନେଶ୍ବର ରାଜପଥ ବନ୍ଦ ରହିଛି ।
15 ବର୍ଷର ପୁରୁଣା ପୋଲ ଅଚାନକ ଭୁଶୁଡି ପଡିଛି । ସୌଭାଗ୍ୟବସତଃ ଏହି ସ୍ଥାନରେ କୌଣସି ଗାଡ଼ି ଚଳାଚଳ କରୁନଥିଲା ତେଣୁ ଏକ ବଡ଼ ଅଘଟଣ ଚଳି ଯାଇଛି । ପୋଲ ଭୁଶୁଡ଼ି ଯିବା ପରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । 2007ରୁ 2008 ମଧ୍ୟରେ ପୋଲଟି ନିର୍ମାଣ ହୋଇଥିଲା । ନିର୍ମାଣର ଏତେ କମ ଦିନରେ ପୋଲଟି କାହିଁକି ଭୁଶୁଡିଲା ? ଏହାକୁ ନେଇ ସ୍ଥାନୀୟ ଲୋକ ଠିକାଦାରଙ୍କୁ ଦାୟୀ କରିଛନ୍ତି ।
ନିମ୍ନମାନର ପୋଲ ନିର୍ମାଣ କାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଭୁଶୁଡ଼ି ପଡିଥିବା ପୋଲ ନିକଟରେ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା । କ୍ଷୟଯତି ହୋଇନଥିଲେ ସୁଦ୍ଧା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାକୁ ସିଲ୍ କରିବା ସହିତ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିଥିଲା ।