ଓଡିଶା

odisha

ETV Bharat / state

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଓ ଶ୍ବଶୂର ଗିରଫ

ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ । ଅଧିକ ପଢନ୍ତୁ...

By

Published : May 28, 2020, 6:58 PM IST

Bride to be murdered for dowry, husband and father-in-law arrested
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଓ ଶ୍ବଶୂର ଗିରଫ

ଯାଜପୁର: ଜିଲ୍ଲାର ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ ବୋଲି ଜଣାପଡିଛି ।

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଓ ଶ୍ବଶୂର ଗିରଫ

ସୂଚନାନୁଯାୟୀ, ୨୦୧୮ ମସିହାରେ ଦୁଦୁରାଅନ୍ତା ଗ୍ରାମର ବିକାଶ ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ସଙ୍ଗୀତା । ବିବାହ ସମୟରେ ବିକାଶଙ୍କ ପରିବାର ପକ୍ଷରୁ କରାଯାଇଥିବା ଦାବି ମୁତାବକ ଯୌତୁକ ଦେଇଥିଲେ ସଙ୍ଗୀତାଙ୍କ ପରିବାର । ହେଲେ ବିବାହ ପରେ ଅଧିକ 2 ଲକ୍ଷ ଟଙ୍କା ପାଇଁ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ତେବେ ଗୁରୁବାର ଶାଶୁଘର ଲୋକେ ତାଙ୍କୁ ମାରି ଦେଇଥିବା ମୃତ ସଙ୍ଗୀତାଙ୍କ ମା' ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ସଙ୍ଗୀତା ଆତ୍ମହତ୍ୟା କରିଥିବା ଶ୍ୱଶୂର ଘର ପକ୍ଷରୁ ସଫେଇ ଦିଆଯାଇଛି । ସେପଟେ ଖବର ପାଇ ମଙ୍ଗଳପୁର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details