ଯାଜପୁର: ଅଧିକ ଯୌତୁକ ଦାବି କରି ନବବଧୂକୁ ହତ୍ୟା । ଯାଜପୁର ଥାନା ଇନ୍ଦାସ ଗାଁର ଆସିଛି ଏଭଳି ଅଭିଯୋଗ ।କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ସୁଜାତା ଇନ୍ଦାସ ଗାଁର ସୁଶାନ୍ତଙ୍କୁ ଦେଢ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଅଧିକ ଯୌତୁକ ଦାବି କରି ସୁଜାତାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଯୌତୁକ ନେଲା ନବବଧୂର ଜୀବନ
ଅଧିକ ଯୌତୁକ ଦାବିରେ ନବବଧୂକୁ ହତ୍ୟା ଅଭିଯୋଗ । ଯାଜପୁର ଥାନାରେ ଶାଶୁ ଘର ଲୋକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ ।
ଯୌତୁକ ଦାବିରେ ନେଇଗଲେ ନବବଧୂର ଜୀବନ
ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ଶାଶୁ ଘର ଲୋକେ ଝିଅକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିଲେ । ହେଲେ ଆଜି ସକାଳେ ଝିଅର ଦେହ ଖରାପ କହି ବାପା ଖବରକୁ ଖବର ଦେଇଥିଲେ । ବାପା ଘର ଲୋକେ ଶାଶୁ ଘରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ଦେହ ପଡିଥିବାର ଦେଖିବାକୁ ପାଇଥିଲେ । ତେବେ ଶାଶୁ ଘର ଲୋକେ ମିଳିମିଶି ଝିଅକୁ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ ହୋଇଛି । ସେପଟେ, ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Mar 15, 2020, 10:49 AM IST