ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବୋଲେର, ଜଣେ ମୃତ

କଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୃତ । ଘଟଣାସ୍ଥଳରେ ଜଳିଗଲା ବୋଲେର । ଅଳ୍ପକେ ବର୍ତିଲେ ୫ ଜଣ ବ୍ୟକ୍ତି । ଅଧିକ ପଢନ୍ତୁ...

By

Published : Oct 23, 2021, 10:54 PM IST

Bolero accident in kaliapani 1 death 5 injured
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବୋଲେର, ଜଣେ ମୃତ

ଯାଜପୁର: ରାସ୍ତାରେ ଓଲଟିଲା ବୋଲେର ଜଣେ ମୃତ, ଅଳ୍ପକେ ବର୍ତ୍ତିଲେ ୫ ଜଣ । ଘଟଣା ସ୍ଥଳରେ ଜଳିଗଲା ବୋଲେର । ଯାଜପୁର ଜିଲ୍ଲା କଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ନିକଟରେ ଘଟିଛି ଅଘଟଣ ।

ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ବୋଲେରୋ କରଡ଼ାଗାଡିଆରୁ କାଳିଆପାଣି ଅଭିମୁଖେ ଯାଉଥିବା ସମୟରେ ଗିରିଜା ବାହାଳି ଗରାମିଆ ରେଙ୍ଗାଲି ରୋଡ ନିକଟରେ ଭାରସାମ୍ୟ ହରାଇ ଓଲଟି ଯିବାରୁ ଜଣକର ମୃତ୍ୟୁ ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୋଲେରୋଟି ଜଳିଯାଇଛି । ଗାଡ଼ିରେ ମୋଟ ୬ ଜଣ ଥିବାବେଳେ ଆଉ ୫ ଜଣଙ୍କୁ ଆହତ ଅବସ୍ଥା ରେ ସୁକିନ୍ଦା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କ ଅବସ୍ଥା ଗୁରୁତର ସେମାନଙ୍କୁ କଟକ SCB କୁ ସ୍ଥାନାନ୍ତର କରାଯାଇଛି।

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବୋଲେର, ଜଣେ ମୃତ

ଘଟଣାସ୍ଥଳରେ ସୁକିନ୍ଦା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏବଂ କଳିଆପାଣି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ୬ ଜଣଯାକ କଳିଆପାଣି ଥାନା ଅନ୍ତର୍ଗତ କରଡାଗଡ଼ିଆ ଗ୍ରାମର ହୋଇଥିବାବେଳେ ମୃତକଙ୍କ ନାମ ଶ୍ୟାମ ମୁଣ୍ଡା ବୟସ (୪୫ ) ବୋଲି ଜଣାପଡ଼ିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details