ଓଡିଶା

odisha

ETV Bharat / state

ବୀମା ଟଙ୍କା ପାଇଁ ମାଟି ତଳୁ ପୁଣି କାଢ଼ିଲେ ସତ୍କାର ହୋଇଥିବା ମୃତଦେହ !

Body Exhumed From Grave for Insurance Claim: ମୃତଦେହ ସତ୍କାର ପରେ ପତ୍ନୀଙ୍କ ଅଭିଯୋଗ କ୍ରମେ ମାଟି ତଳୁ ମୃତଦେହ ଉଦ୍ଧାର କରି ତଦନ୍ତ କଲା ପୋଲିସ । ବୀମା ଟଙ୍କା ପାଇବା ପାଇଁ ପତ୍ନୀ ଅଭିଯୋଗ ଦେଇଥିବା ସୂଚନା । ଅଧିକ ପଢ଼ନ୍ତୁ

police recovered body after Cremation
ବୀମା ଟଙ୍କା ପାଇବା ପାଇଁ ତଦନ୍ତ

By ETV Bharat Odisha Team

Published : Dec 11, 2023, 1:20 PM IST

ବୀମା ଟଙ୍କା ପାଇବା ପାଇଁ ତଦନ୍ତ

ଯାଜପୁର: ବୀମା ଟଙ୍କା ଓ ସରକାରୀ ସହାୟତା ପାଇବା ପାଇଁ ସତ୍କାର ପରେ ମାଟିତଳୁ ପୁଣି ଉଦ୍ଧାର ହେଲା ମୃତଦେହ । ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ପରେ ମାଟି ଖୋଳି ମୃତଦେହ ବାହାର କରି ବ୍ୟବଚ୍ଛେଦ କଲା ପୋଲିସ । ଏଭଳି ଏକ ଘଟଣା ଘଟିଛି ଯାଜପରୁ ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ । ତେବେ ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣା ଜନିତ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏନେଇ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇନଥିଲା । ପରେ ସରକାରୀ ସହାୟତା ଓ ବୀମା ଟଙ୍କା ପାଇବା ପାଇଁ ହେଲେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆବଶ୍ୟକ ଜାଣିବା ପରେ ସୁକିନ୍ଦା ଥାନାରେ ପୁଣି ଅଭିଯୋଗ କରିଥିଲେ ମୃତକଙ୍କ ପତ୍ନୀ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ..ସ୍କୁଲରେ ଉଠବସ କରାଇଲେ ଶିକ୍ଷୟିତ୍ରୀ, ଚାଲିଗଲା ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜୀବନ

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ପ୍ରହଲ୍ଲାଦ ନାଏକ ଗତ ଡିସେମ୍ବର ୭ ତାରିଖ ଦିନ ସ୍ଥାନୀୟ ଆମ୍ପୋଳବା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରହଲ୍ଲାଦଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ପ୍ରହଲ୍ଲାଦଙ୍କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ପୋଲିସ ନିକଟରେ କୌଣସି ଖବର ଦିଆଯାଇନଥିଲା l

ଏହାମଧ୍ୟ ପଢନ୍ତୁ..ଜୁଆ ଆଡ୍ଡା ହେଲା କାଳ, ଟ୍ରେନରେ ପିଟି ହୋଇ ଗଲା ନାବାଳକର ଜୀବନ

ମେଡିକାଲ କର୍ମଚାରୀ ପ୍ରହଲ୍ଲାଦଙ୍କର ମୃତଦେହ ପରିବାରକୁ ହସ୍ତାନ୍ତର କରିବା ପରେ ପରିବାର ଲୋକେ ମେଡିକାଲରୁ ମୃତଦେହ ନେଇ ନିଜ ଗ୍ରାମରେ ସତ୍କାର କରିଥିଲେ । ତେବେ ଦୁର୍ଘଟଣା ଜନିତ ମୃତ୍ୟୁ ପରେ ବୀମା ଟଙ୍କା ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ପାଇଁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆବଶ୍ୟକ ରହିଥାଏ ଜାଣିବା ପରେ ଏନେଇ ପ୍ରହଲ୍ଲାଦଙ୍କ ସ୍ତ୍ରୀ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ସୁକିନ୍ଦା ପୋଲିସ ସୁକିନ୍ଦା ତହସିଲଦାରଙ୍କ ଉପସ୍ଥିତିରେ ମାଟି ତଳୁ ପ୍ରହଲ୍ଲାଦଙ୍କ ମୃତଦେହ ଉଦ୍ଧାର କରିଛି । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରିଛି । ସେପଟେ ଏଭଳି ଘଟଣାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details