ଓଡିଶା

odisha

By

Published : Mar 2, 2023, 12:47 PM IST

ETV Bharat / state

୨୨ ଯୁବକର୍ମୀ ଗିରଫ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

୨୨ ବିଜେପି ଯୁବ କର୍ମୀ ଗିରଫ ଗିରଫକୁ ନେଇ ଯାଜପୁର ଗୋପବନ୍ଧୁ ଛକରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଯାଜପୁର:ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ୨୨ଜଣ କର୍ମୀ ଗିରଫ ହୋଇଥିବା ବେଳେ ଏହାର ପ୍ରତିବାଦରେ ଯାଜପୁରରେ ବିକ୍ଷୋଭ କରାଯାଇଛି । ଗତକାଲି(ବୁଧବାର) ଜିଲ୍ଲା ଯୁବ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗୋପବନ୍ଧୁ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ କୋରେଇ ବିଜେପି ନେତା ବିଶ୍ୱଜିତ ନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା ଯୋଗଦେଇ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଭର୍ସନା କରିଥିଲେ l ଏନେଇ ବିଜେପି ନେତା କହିଛନ୍ତି, "ନବଦାସ ହତ୍ୟାକାଣ୍ଡକୁ ମାସେ ବିତିଯାଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଆଜିଯାଏଁ କୌଣସି ବିବୃତ୍ତି ଦେଲେ ନାହିଁ । ଏହାକୁ ନେଇ ମଙ୍ଗଳବାର ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇ ଲୋୟାର ପିଏମଜିରେ ବିକ୍ଷୋଭ କରାଯାଇଥିଲା । କିନ୍ତୁ ପୋଲିସ ଅମାନୁଷିକ ଭାବେ ପିଟିବା ସହ ୨୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ମିଛ ଦଫା ଲଗାଯାଇଛି । ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଦି ଆଗାମୀ ଦିନରେ ଏଭଳି ସ୍ଥିତି ଲାଗି ରୁହେ ତାହାଲେ ଆଇନ ଶୃଙ୍ଖଳା ପରିସ୍ଥିତି ଆହୁରି ବିଗିଡିଯିବ ଏବଂ ସମ୍ପୂର୍ଣ୍ଣ ରୂପେ ବିଜେଡି ସରକାର ଦାୟୀ ରହିବ ।"

ଏହା ମଧ୍ୟ ପଢନ୍ତୁ: Pintu Nanda Passes Away: ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ

ପ୍ରକାଶ ଯୋଗ୍ୟ, ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ସମୟରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା l ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ମାମଲା ରୁଜୁ କରି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଓ ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜଙ୍କ ସମେତ ୨୨ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହାକୁ ବିରୋଧ କରି ଗତକାଲି ଶତାଧିକ ଯୁବ, ମହିଳା ଓ ବରିଷ୍ଠ ବିଜେପି ନେତା ବ୍ୟାସନଗର ସ୍ଥିତ ଗୋପବନ୍ଧୁ ଛକରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି l

ଏଥି ସହିତ ଯଦି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ସଭାପତିଙ୍କୁ ନଛାଡ଼ନ୍ତି ଆନ୍ଦୋଳନ ଭୟଙ୍କର ହେଵ ବୋଲି ଚେତାବନୀ ଦେଇଛନ୍ତି ଉପସ୍ଥିତ କାର୍ଯ୍ୟକର୍ତ୍ତା l ଏହି କାର୍ଯ୍ୟକ୍ରମରେ ସୁକିନ୍ଦା, ଦାନଗଦି, କୋରେଇ, ରସୁଲପୁର, ଯାଜପୁର, ଧର୍ମଶାଳା, ଵାରୀ ଆଦି 7ଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details