ଓଡିଶା

odisha

By

Published : Nov 30, 2020, 9:43 PM IST

ETV Bharat / state

ପରୀ ହତ୍ୟାକାଣ୍ଡକୁ ନେଇ ଯାଜପୁରରେ ବିଜେପି କର୍ମୀଙ୍କ ବିକ୍ଷୋଭ ଓ ଧାରଣା

ପରୀ ହତ୍ୟାକାଣ୍ଡକୁ ନେଇ ଯାଜପୁର ବିଜେପିର ତହସିଲ କାର୍ଯ୍ୟାଲୟ ସାମ୍ନାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । ପଢନ୍ତୁ ଅଧିକ.....

ପରୀ ହତ୍ୟାକାଣ୍ଡକୁ ନେଇ ଯାଜପୁରରେ  ବିଜେପି କର୍ମୀଙ୍କ ବିକ୍ଷୋଭ ଓ ଧାରଣା
ପରୀ ହତ୍ୟାକାଣ୍ଡକୁ ନେଇ ଯାଜପୁରରେ ବିଜେପି କର୍ମୀଙ୍କ ବିକ୍ଷୋଭ ଓ ଧାରଣା

ଯାଜପୁର: ପରୀ ହତ୍ୟାକାଣ୍ଡକୁ ନେଇ ଯାଜପୁର ବିଜେପିର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । 5 ବର୍ଷର ନିରିହ ଶିଶୁକୁ ନୃଶଂସ ଭାବେ ହତ୍ୟା କରିବା ଏବଂ ତାର ଶରୀର ଅଙ୍ଗପ୍ରତ୍ୟେଙ୍ଗକୁ ଦୁର୍ବୃତ୍ତମାନେ ବିକ୍ରି କରିବା ପ୍ରତିବାଦରେ ଯାଜପୁର ଜିଲ୍ଲା ଦାନଗଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀମାନେ ।

ପରୀ ହତ୍ୟାକାଣ୍ଡକୁ ନେଇ ଯାଜପୁରରେ ବିଜେପି କର୍ମୀଙ୍କ ବିକ୍ଷୋଭ ଓ ଧାରଣା

ପରୀର ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟି କରିବା ସହ ତୁରନ୍ତ ଏହି ଘଟଣାର ସିବିଆଇ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ।

ଏଥିସହ ଘଟଣାକୁ ଘଣ୍ଟ ଘୋଡାଉଥିବା ସମ୍ପୃକ୍ତ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ

ABOUT THE AUTHOR

...view details