ଓଡିଶା

odisha

ETV Bharat / state

ନଗଡାରେ ସ୍ଥିତି ପରଖିଲେ ବିଜେପି ମହିଳା ଟିମ - ସୁକିନ୍ଦା ନଗଡାର ସ୍ଥିତି ପରିଖିଲେ ବିଜେପି ମହିଳା ଟିମ

ଯାଜପୁର ଚିଙ୍ଗୁଡ଼ିପାଳ ପଞ୍ଚାୟତର ବହୁଚର୍ଚ୍ଚିତ ନଗଡା ଗସ୍ତରେ ଆସିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଟିମ । ଅଧିକ ପଢନ୍ତୁ

ନଗଡାରେ ସ୍ଥିତି ପରିଖିଲେ ବିଜେପି ମହିଳା ଟିମ
ନଗଡାରେ ସ୍ଥିତି ପରିଖିଲେ ବିଜେପି ମହିଳା ଟିମ

By

Published : Apr 20, 2022, 3:45 PM IST

ଯାଜପୁର :ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ବହୁଚର୍ଚ୍ଚିତ ନଗଡା ଗସ୍ତରେ ଆସିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଟିମ। ଆଜିବି ନଗଡାରେ ଶିଶୁମାନେ ଅପପୃଷ୍ଟିର ଶିକାର ହେଉଥିବା କହିଛି ଟିମ । 2016 ମସିହାରେ ଅପପୁଷ୍ଟିର ଶିକାର ହୋଇ ଏକାବେଳକେ 19ଜଣ ଶିଶୁ ମୃତ୍ୟୁବରଣ କରିଥିଲେ ।

ନଗଡାରେ ସ୍ଥିତି ପରିଖିଲେ ବିଜେପି ମହିଳା ଟିମ

ନଗଡା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ହେଲେ ସେହି ନଗଡାର ଚିତ୍ର ଏବେବି ବଦଳିପାରୁ ନଥିବା ବିଜେପି ଅଭିଯୋଗ କରିଛି । ଛୋଟପିଲା ଓ ମହିଳାମାନେ ଏବେ ବି କଷ୍ଟରେ ଜୀବନ ବିତାଉଛନ୍ତି । ଏହି ଟିମ ନଗଡା ବୁଲି ଦେଖିବା ସହ ସମସ୍ତ ନଗଡାବାସୀଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଡକ୍ଟର ଐଶ୍ଵର୍ଯ୍ୟା ବିଶ୍ଵାଳ ସୁକିନ୍ଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ପୂର୍ବରୁ ନଗଡାର ସ୍ଥିତି ଯାହା ଥିଲା । ଏବେ ମଧ୍ୟ ସେହି ନଗଡାର ସ୍ଥିତି ସେଇଆ ଅଛି । ସେଠାରେ କିଛି ପରିବର୍ତ୍ତନ ହୋଇ ନାହିଁ। ପୂର୍ବରୁ ଯେମିତି ଅପପୁଷ୍ଟି ଶିକାର ହୋଇ ଶିଶୁ ମୃତ୍ୟୁ ବରଣ କରିଥିଲେ। ଏବେ ସେହି ଭଳି ପୃଷ୍ଟିକର ଖାଦ୍ୟ ଖାଇବା ପାଇଁ ମିଳୁନି ।

ନଗଡାର ପିଲାମାନେ ପାଠ ପଢିବା ପାଇଁ ଶିକ୍ଷାଦାନର ସୁବ୍ୟବସ୍ଥା ନାହିଁ। ନଗଡାରେ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରଟିଏ ନାହିଁ। ନଗଡାବାସୀଙ୍କୁ ସରକାର ‌ହୀନଦୃଷ୍ଟିରେ ଦେଖୁଥିବାରୁ ଏହାର ସ୍ଥିତି ପରିବର୍ତ୍ତନ ହୋଇପାରୁ ନାହିଁ ବୋଲି ଅଭିଯୋଗ କରିଛି ବିଜେପି । ନଗଡା ସ୍ଥିତିର ପରିବର୍ତ୍ତନ ନ କଲେ ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ଏହାର ଉଚିତ ଜବାବ ଦେବ ବୋଲି ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details