ଓଡିଶା

odisha

By

Published : Nov 5, 2019, 7:38 PM IST

ETV Bharat / state

ସିବିଆଇ ତଦନ୍ତ ଦାବିରେ ତାତିଲା ବିଜେପି ମହିଳା ମୋର୍ଚ୍ଚା

ଯାଜପୁର ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଏହାର ପ୍ରତିବାଦରେ ଯାଜପୁରର କିଆନାଳୀ ଛକରୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା ବାହାରିଥିଲା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାର ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଏହାର ପ୍ରତିବାଦରେ ଯାଜପୁରର କିଆନାଳୀ ଛକରୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ମହିଳା କର୍ମୀ।

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ଯାଜପୁର ଏସପି ଚରଣ ସିଂ ମୀନା ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ଦଳର ମହିଳା କର୍ମୀ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଗତ ଅକ୍ଟୋବର 16ତାରିଖରେ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ଘଟିଥିଲା ସନ୍ଦେହଜନକ ମୃତ୍ୟୁ । ସରପଞ୍ଚ ସ୍ବାମୀ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସରୁ ଉଦ୍ଧାର ହୋଇଥିଲା ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ। ଏ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ଅଭିଯୁକ୍ତ ରୂପେସ୍ ଭଦ୍ର। ସେପଟେ ଏହି ଘଟଣାର ସଠିକ ତଦନ୍ତ ଦାବି କରି ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details