ଯାଜପୁର: ବିଜେପିରୁ ଜିଲ୍ଲା ପରିଷଦ ସଭ୍ୟଙ୍କ ଇସ୍ତଫା । ଯାଜପୁର ଜିଲ୍ଲା ୩୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ନାୟକ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ଏପରି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି ।
ଅଣଦେଖା ଅଭିଯୋଗ କରି ଦଳ ଛାଡିଲେ ଯାଜପୁର ବିଜେପି ଜିଲ୍ଲା ପରିଷଦ ସଭ୍ୟ - jajpur district news
ବିଜେପିରୁ ଜିଲ୍ଲା ପରିଷଦ ସଭ୍ୟଙ୍କ ଇସ୍ତଫା । ଦଳରେ ଉଚିତ ଗୁରୁତ୍ବ ନମିଳିବା ଅଭିଯୋଗ କରି ନିଷ୍ପତ୍ତି ନେଇଥିବା ଦେଲେ ସୂଚନା । ଅଧିକ ପଢନ୍ତୁ...
ଅଣଦେଖା ଅଭିଯୋଗ କରି ଦଳ ଛାଡିଲେ ବିଜେପି ଜିଲ୍ଲା ପରିଷଦ ସଭ୍ୟ
ଅଣଦେଖା ଅଭିଯୋଗ କରି ଦଳ ଛାଡିଲେ ବିଜେପି ଜିଲ୍ଲା ପରିଷଦ ସଭ୍ୟ
ରଶ୍ମିରଞ୍ଜନ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ କାର୍ଯ୍ୟ କରୁଥିବାବେଳେ ଦଳୀୟ ନେତୃବୃନ୍ଦ ତାଙ୍କୁ ଅଣଦେଖା କରିଛନ୍ତି । ଏମିତିକି ଦଳୀୟ କାର୍ଯ୍ୟକ୍ରମ ଓ ବୈଠକକୁ ତାଙ୍କୁ ଡକାଯାଏ ନାହିଁ । ଫଳରେ ବାଧ୍ୟହୋଇ ଆଜି ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ