ଓଡିଶା

odisha

ETV Bharat / state

ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା: ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା ବିଜେପି - ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା ବିଜେପି

ବ୍ୟାସନଗରରେ ପୌର ପରିଷଦରେ ନର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଘଟଣାକୁ ନେଇ ଟାର୍ଗେଟ୍‌ କରିଛି ବିଜେପି । ପୌରାଧ୍ୟକ୍ଷାଙ୍କୁ ଗିରଫ କରିବାକୁ ଦାବି ହୋଇଛି (throwing file on executive officer)। ଅଧିକ ପଢ଼ନ୍ତୁ

BJP demands arrest of vyasanagar municipal chairperson for throwing file on executive officer
ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଘଟଣା: ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା ବିଜେପି

By

Published : Nov 17, 2022, 10:00 PM IST

ଯାଜପୁର: ବ୍ୟାସନଗରରେ ପୌର ପରିଷଦରେ ନର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଘଟଣାକୁ ନେଇ ଟାର୍ଗେଟ୍‌ କରିଛି ବିଜେପି । ଏହାକୁ ନେଇ ବିଜେପି ଥାନାରେ ଏତଲା ଦେଇଥିବା ବେଳେ ପୌରାଧ୍ୟକ୍ଷାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ତାହା ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି ବିଜେପି (throwing file on executive officer) ।

ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଘଟଣା: ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା ବିଜେପି

ସେପଟେ ଦୁର୍ବବ୍ୟହାରର ଶିକାର ହୋଇଥିବା ନିର୍ବାହୀ ଅଧିକାରୀ ମଧ୍ୟ ଥାନାରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୌରାଧ୍ୟକ୍ଷାଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହାକୁ ନେଇ ଯାଜପୁରରେ ରାଜନୀତି ଆରମ୍ଭ ହୋଇଯାଇଛି ।

ଆଜି (ଗୁରୁବାର) ବିଜେପି ପକ୍ଷରୁ ତୁରନ୍ତ ପୌରାଧକ୍ଷାଙ୍କୁ ଗିରଫ କରିବା ସହ ବହିଷ୍କାର ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ତୁରନ୍ତ ପୌରାଧକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନକୁ ଓଲ୍ଲାଇବାକୁ ଚେତାବନୀ ଦେଇଛି ବିଜେପି । ପିସି କାରବାରରେ ବାଧା ହେବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛି ବିଜେପି ।

ଏହା ବି ପଢ଼ନ୍ତୁନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା

ସେପଟେ ନିଜ ଭୁଲ୍‌କୁ ସ୍ବୀକାର କରିଛନ୍ତି ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ଅନ୍ୟପକ୍ଷରେ ସରକାରଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି ପୌର ଅଧିକାରୀ । ସେ କହିଛନ୍ତି ପୌରାଧ୍ୟକ୍ଷା ଫାଇଲ ଫୋପାଡିବା ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ସେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେପଟେ ପୌରାଧ୍ୟକ୍ଷା ନିଜ ଦୋଷକୁ ସ୍ବୀକାର କରିବା ସହ ଆଗାମୀ ଦିନରେ କିଭଳି ସହରର ବିକାଶ ହେବ ସେନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏବେ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା ।

ABOUT THE AUTHOR

...view details