ଓଡିଶା

odisha

ETV Bharat / state

Block Chairmen Election: ବିଜେଡି କବଜାରେ ଯାଜପୁରର ୧୦ ପଞ୍ଚାୟତ ସମିତି - ଯାଜପୁରର ୧୦ ପଞ୍ଚାୟତ ସମିତିରେ ବିଜେଡି ବିଜୟ

ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଦବଦବା ଜାହିର କରିଛି ଶାସକ ଦଳ। ଯାଜପୁର ଜିଲ୍ଲାର ସମସ୍ତ ୧୦ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ତେବେ ସମସ୍ତ ବ୍ଲକ ଅଧ୍ୟକ୍ଷ ପଦକୁ ଅକ୍ତିଆର କରିବାରେ ସଫଳ ହୋଇଛି ବିଜେଡି। ଅଧିକ ପଢ଼ନ୍ତୁ

bjd won in Block Chairmen Election in jajpur
Block Chairmen Election: ବିଜେଡି କବଜାରେ ଯାଜପୁରର ୧୦ ପଞ୍ଚାୟତ ସମିତି

By

Published : Mar 13, 2022, 9:04 AM IST

ଯାଜପୁର: ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଦବଦବା ଜାହିର କରିଛି ଶାସକ ଦଳ। ଯାଜପୁର ଜିଲ୍ଲାର ସମସ୍ତ ୧୦ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ତେବେ ସମସ୍ତ ବ୍ଲକ ଅଧ୍ୟକ୍ଷ ପଦକୁ ଅକ୍ତିଆର କରିବାରେ ସଫଳ ହୋଇଛି ବିଜେଡି।

ବଡ଼ଚଣା ବ୍ଳକରେ ବିଜେଡି ପ୍ରାର୍ଥୀ ମିନତୀ ସେନାପତି ବିଜୟ ଲାଭ କରିଛନ୍ତି। ଧର୍ମଶାଳା ବ୍ଳକରେ ପ୍ରଭାତ ବଳବନ୍ତରାୟ, ରସୁଲପୁର ବ୍ଳକରେ ଅରୁଣ କୁମାର ରାଉତ ଦଖଲ କରିଛନ୍ତି। ୟେହିପରି ଅଶୋକ କୁମାର ଗେଡି ବରୀ ବ୍ଳକକୁ ଅକ୍ତିଆର କରିଛନ୍ତି। ବିଞ୍ଝାରପୁର ବ୍ଳକରେ ରଞ୍ଜିତା ଦାସ, ଦଶରଥପୁର ବ୍ଳକରେ ଦିଗାମ୍ବର ମଲ୍ଲିକ, ଯାଜପୁର ବ୍ଳକରେ ସ୍ବର୍ଣ୍ଣାଲତା ପରିଡା ଆସନ ଦଖଲ କରିଛନ୍ତି। ଏବଂ କୋରେଇ ବ୍ଳକ ପାଇଁ ଜୟନ୍ତୀ ଦଳେଇ ମନୋନିତ ହୋଇଥିବାବେଳେ ଦାନଗଦି ବ୍ଳକ ପାଇଁ ଅର୍ଚ୍ଚନା ଦାସ ଓ ସୁକିନ୍ଦା ବ୍ଳକ ପାଇଁ ଦିବ୍ୟରଞ୍ଜନ ବରାଳ ଆସନ ଦଖଲ କରିଛନ୍ତି। ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ ଆସନ ପୋଛି ନେଇଛି ବିଜେଡି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details