ଯାଜପୁର: ଜିଲା କୋରେଇ ବ୍ଲକ ବିଜେଡି ପକ୍ଷରୁ ମା’ କାମୁଡେଇ ପୀଠ ପରିସରରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଭକ୍ତ ବତ୍ସଳ ସ୍ବାଇଁଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଯାଜପୁରରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ - Bjd sabhya sangraha
ଯାଜପୁର କୋରେଇ ବ୍ଲକ ବିଜେଡି ପକ୍ଷରୁ ମା’ କାମୁଡେଇ ପୀଠ ପରିସରରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ତାଙ୍କ ଅହିଂସା ନୀତି ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ ହୋଇଥିଲା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ତାଙ୍କ ଅହିଂସା ନୀତି ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ ହୋଇଥିଲା । କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି ଓ ଯୁବଛାତ୍ର ତଥା ମହିଳା ମୋର୍ଚ୍ଚାର କର୍ମକର୍ତ୍ତା, ବ୍ଲକ ସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ହଜାରରୁ ଊର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ