ଯାଜପୁର: କୋରେଇ ବ୍ଲକ ମକୁନ୍ଦପୁର ଗାଁରେ ଯୁବ ବିଜେଡି ସଭାପତିଙ୍କ ନାଁରେ ଇନ୍ଦିରା ଆବାସ ଯୋଜନାରେ ଘର ମଳିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବ୍ଲକ କାର୍ଯ୍ୟାଳରେ ଧାରଣା ଦେଇଛି ବିଜେପି । ଗତକିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ କୋରେଇ ବ୍ଳକ ମକୁନ୍ଦପୁର ଗାଁର ଯୁବ ବିଜେଡ଼ି ସଭାପତିଙ୍କ ନାଁରେ ଇନ୍ଦିରା ଆବାସ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା ।
ବିଜେଡି ନେତାଙ୍କୁ ମିଳିଛି ଇନ୍ଦିରା ଆବାସ, ତଦନ୍ତ ଦାବି କଲା ବିଜେପି - jajpur bjp alliagation
ଯାଜପୁର ଜିଲ୍ଲା କୋରେଇ ବ୍ଲକ ମକୁନ୍ଦପୁର ଗାଁରେ ଯୁବ ବିଜେଡି ସଭାପତିଙ୍କ ନାଁରେ ଇନ୍ଦିରା ଆବାସ ଘର ମିଳିଥିବା ଅଭିଯୋଗ । ଅଧିକ ପଢନ୍ତୁ....
ବିଜେଡି ନେତାଙ୍କୁ ମିଳିଛି ଇନ୍ଦିରା ଆବାସ, ତଦନ୍ତ ଦାବି କଲା ବିଜେପି
ବିଜେଡି ନେତାଙ୍କୁ ମିଳିଛି ଇନ୍ଦିରା ଆବାସ, ତଦନ୍ତ ଦାବି କଲା ବିଜେପି
ଏହି ଅଭିଯୋଗକୁ ଆଧାର କରି ଆଜି କୋରେଇ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳରେ ଧାରଣା ଦିଆଯାଇଛି । ଏଥିସହିତ ଏହି ଘୋଟାଲାର ଉପଯୁକ୍ତ ତଦନ୍ତ ଦାବି କରିଛି ବିଜେପି । ଆଜି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ବାଳ, ସମିତିସଭ୍ୟ ପ୍ରମୋଦ କୁମାର ସାହୁ, ସରପଞ୍ଚ ଦିପ୍ତୀମୟୀ କୁଅଁରଙ୍କ ସମେତ ଅନେକ ବିଜେପି କର୍ମୀ ଧାରଣାରେ ଉପସ୍ଥିତ ରହିଥିଲେ। ତେବେ ଖୁବଶୀଘ୍ର ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଡ଼ିଓ ଶ୍ବେତା ସ୍ନିଗ୍ଧା ପ୍ରତିଶୃତି ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ