ଯାଜପୁର:ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବ୍ୟାସନଗର ପୋୖରପରିଷଦର ବିଭିନ୍ନ ୱାର୍ଡ ପାଇଁ ୧୪ ଜଣ ବିଜେଡି ପ୍ରାର୍ଥୀ କାଉନସିଲର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବ୍ୟାସନଗର ପୋୖର ପରିଷଦର ୨୬ଟି ୱାର୍ଡରୁ ପାଖପାଖି ୧୪ଟି ୱାର୍ଡ ପାଇଁ ବିଜେଡି ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ଓ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ପୌର ଫାଇଟ: ଅନ୍ତିମ ଦିନ ବ୍ୟାସନଗରରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ - ଯାଜପୁରରେ ପୌର ନିର୍ବାଚନ ପ୍ରସ୍ତୁତି
ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବ୍ୟାସନଗର ପୋୖରପରିଷଦର ବିଭିନ୍ନ ୱାର୍ଡ ପାଇଁ ୧୪ ଜଣ ବିଜେଡି ପ୍ରାର୍ଥୀ କାଉନସିଲର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ
ଏହି ଶୋଭାଯାତ୍ରାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି, ବରୀ ବିଧାୟିକା ସୁନନ୍ଦା ଦାସ, କୋରେଇ ବିଧାୟକ ଅଶୋକ କୁମାର ବଳ ଓ ପୂର୍ବତନ ସାଂସଦ ରୀତା ତରେଇ ଯୋଗ ଦେଇ ନିଜ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ର ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ବିଜେଡି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଏହି ନିର୍ବାଚନରେ ବିଜେଡି ବିପୁଳ ପରିମାଣରେ ଭୋଟ ପାଇ ବ୍ୟାସନଗର ପୋୖର ପରିଷଦ ଦଖଲ କରିବ ବୋଲି ସାଂସଦ ଓ ବିଧାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ