ଯାଜପୁର: ବିରଜା ବାହିନୀ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ । ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ରଥ ଚଳିତ ବର୍ଷ ଗଡିବା ନେଇ ହାଇକୋର୍ଟରୁ ରାୟ ପ୍ରକାଶ ପାଇବା ପରେ ଯାଜପୁରରେ ଖୁସିର ଲହରୀ ଖେଳିଯାଇଛି ।
ବିରଜା ବାହିନୀ ପକ୍ଷରୁ ହାଇକୋର୍ଟଙ୍କ ରଥଯାତ୍ରା ନିର୍ଦ୍ଦେଶକୁ ସ୍ବାଗତ - ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା
ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ରଥଯାତ୍ରାକୁ କୋରୋନା କଟକଣା ମଧ୍ୟରେ ପାଳନ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର ବିରଜା ବାହିନୀ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...
ବିରଜା ବାହିନୀ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ
ବିରଜା ବାହିନୀ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ
ଯାଜପୁର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଭିଡ଼ କଟକଣା ଭିତରେ ମା’ବିରଜାଙ୍କର ଅନୁଷ୍ଠିତ ହେବାକୁ ଥିବା ନବଦିବସୀୟ ରଥଯାତ୍ରାକୁ ପାଳନ କରାଯିବା ରାୟକୁ ସ୍ବାଗତ କରିଛନ୍ତି ଯାଜପୁରର ବିରଜା ବାହିନୀ । ଏହି ରାୟ ପ୍ରକାଶ ପରେ ବିରଜା ବାହିନୀ ପକ୍ଷରୁ ମା’ଙ୍କ ମନ୍ଦିର ଚତୁପାର୍ଶ୍ବରେ ବାଣଫୁଟାଇ ଏକ ଶୋଭା ଯାତ୍ରା କରି ମା’ଙ୍କ ଜୟଗାନ କରିଥିଲେ । ମା’ଙ୍କ ମନ୍ଦିର ବାହାରେ ପ୍ରଦୀପ ପ୍ରଜ୍ବଳନ କରି ଆଶୀର୍ବାଦ କାମନା କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ