ଯାଜପୁର: ମୌସୁମୀ ଆସି ସାରିଥିବାବେଳେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ତେବେ ବନ୍ୟା ଆସିଲେ ଖରସ୍ରୋତା ନଦୀ ପାର୍ଶ୍ବରେ ଥିବା ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ତଳିଆ ଅଞ୍ଚଳଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଥାଏ । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀବନ୍ଧଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବନ୍ୟା ଆଗରୁ ସଜାଗ ବିଞ୍ଝାରପୁର ଜଳସମ୍ପଦ ବିଭାଗ - ବିଞ୍ଝାରପୁର ଜଳସମ୍ପଦ ବିଭାଗ
ବର୍ଷା ଦିନରେ ବନ୍ୟା ଆଶଙ୍କା ଥିବାରୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରରେ ଜଳସମ୍ପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀବନ୍ଧଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
![ବନ୍ୟା ଆଗରୁ ସଜାଗ ବିଞ୍ଝାରପୁର ଜଳସମ୍ପଦ ବିଭାଗ ବନ୍ୟା ଆଗରୁ ସଜାଗ ହୋଇଛି ବିଞ୍ଝାରପୁର ଜଳସମ୍ପଦ ବିଭାଗ](https://etvbharatimages.akamaized.net/etvbharat/prod-images/768-512-7697302-thumbnail-3x2-jp.jpg)
ବନ୍ୟା ଆଗରୁ ସଜାଗ ହୋଇଛି ବିଞ୍ଝାରପୁର ଜଳସମ୍ପଦ ବିଭାଗ
ବନ୍ୟା ଆଗରୁ ସଜାଗ ହୋଇଛି ବିଞ୍ଝାରପୁର ଜଳସମ୍ପଦ ବିଭାଗ
ଜଳସମ୍ପଦର ଏକ ଟିମ ନଦୀ ପାଶ୍ବବର୍ତ୍ତୀ ଅଞ୍ଚଳଗୁଡିକ ପରିଦର୍ଶନ କରିଥିଲେ । କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ସରୋଜ ପଟ୍ଟନାୟକ ଓ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଧନେଶ୍ବର ସାମଲଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ବିଞ୍ଝାରପୁର ବ୍ଲକର ଦୁର୍ବଳ ନଦୀବନ୍ଧଗୁଡିକ ବୁଲି ଦେଖିଛନ୍ତି । ଏଥିସହ ଦୁର୍ବଳ ନଦୀବନ୍ଧଗୁଡିକର ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀ ଅଧିକାରୀମାନେ ଟିମ ସହ ଆଲୋଚନା କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ