ଓଡିଶା

odisha

ETV Bharat / state

ଉତ୍ତରକୁଳ ଗାଁରେ ବଧୂ ହତ୍ୟା ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ - ଯାଜପୁର ଖବର

ଯାଜପୁର ବିଞ୍ଝାରପୁର ଥାନା ଉତ୍ତରକୁଳ ଗାଁରେ ବଧୂ ହତ୍ୟା ଘଟଣା । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ । ଅଧିକ ପଢନ୍ତୁ

ଉତ୍ତରକୁଳ ଗାଁରେ ବଧୂ ହତ୍ୟା ଘଟଣା : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ
ଉତ୍ତରକୁଳ ଗାଁରେ ବଧୂ ହତ୍ୟା ଘଟଣା : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ

By

Published : Jan 8, 2022, 10:03 PM IST

ଯାଜପୁର : ଜିଲ୍ଲା ବିଞ୍ଝାରପୁର ଥାନା ଉତ୍ତରକୁଳ ଗାଁରେ ବଧୂ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ । ସୂଚନା ମୁତାବକ ମଙ୍ଗଳପୁର ଥାନା ନିଜାମପୁର ଗାଁର ତପସ୍ବିନୀ ଉତ୍ତରକୁଳ ଗାଁର ବିଜୟ ଗିରିଙ୍କୁ ବିବାହ କରିଥିଲେ । ବିବାହ ପରେ ତପସ୍ବିନୀଙ୍କୁ ଶାଶୁ ଘର ଲୋକେ ନାନା ନିର୍ଯାତନା ଦେଉଥିଲେ। ଏପରିକି ଶାଶୁ ଘର ଲୋକେ ଏକ କାର ଆଣିବା ପାଇଁ ଚାପ ପ୍ରୟୋଗ କରିଥିଲେ।

ଉତ୍ତରକୁଳ ଗାଁରେ ବଧୂ ହତ୍ୟା ଘଟଣା : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ

ବାପ ଘର ଲୋକେ ନ ଦେବାରୁ ଝିଅକୁ ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେବଳ ସ୍ଵାମୀ ବିଜୟଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।

ଏହାର ପ୍ରତିବାଦ କରି ଆଜି(ଶନିବାର) ମହିଳାଙ୍କ ବାପ ଘର ଲୋକେ ଥାନା ଘେରାଉ କରିଛନ୍ତି। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details