ଯାଜପୁର: କୂଅରୁ ଭାଲୁର ମୃତଦେହ ଉଦ୍ଧାର । ଯାଜପୁରରୁ ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ପଞ୍ଚାୟତ ହାଟସାହି ଗାଁରେ ବନବିଭାଗ ଦ୍ବାରା ମୃତ ଅବସ୍ଥାରେ ଭାଲୁଟି ଉଦ୍ଧାର ହୋଇଛି । ତେବେ ସୁକିନ୍ଦା ପ୍ରାଣୀଧନ ଚିକିତ୍ସାଳୟରେ ମୃତ ଭାଲୁର ଶବ ବ୍ୟବଚ୍ଛେଦ କରାଯାଇଛି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭାଲୁ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିବା ସହିତ ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଦୁଇଜଣ ଗ୍ରାମବାସୀ ଆକ୍ରମଣରେ ଆହତ ହୋଇ ଚକିତ୍ସିତ ହୋଇଥିଲେ । ପରେ ଭାଲୁଟି ଗ୍ରାମର ଦୋଳ ଭୂୟାଁଙ୍କ କୂଅ ଭିତରେ ଖସି ପଡିଥିଲା ।