ଓଡିଶା

odisha

ଧର୍ମଶାଳରୁ ଉଦ୍ଧାର ବାଂଲାଦେଶୀ ଯୁବତୀ: ଦେଶକୁ ଫେରି ଯିବାକୁ ଯୁବତୀଙ୍କ ନିବେଦନ

By

Published : Jun 22, 2021, 5:10 PM IST

ବାଂଲାଦେଶରୁ ଯୁବତୀ ଆସି ବେଧଡକ ଚଳାଇଛନ୍ତି ଦେହ କାରବାର । ଧର୍ମଶାଳା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର One stop sakhi କେନ୍ଦ୍ରରେ ଛାଡିଛି । ଅଧିକ ପଢନ୍ତୁ...

ଧର୍ମଶାଳରୁ ଉଦ୍ଧାର ବାଂଲାଦେଶୀ ଯୁବତୀ: ଦେଶକୁ ଫେରି ଯିବାକୁ ଯୁବତୀଙ୍କ ନିବେଦନ
ଧର୍ମଶାଳରୁ ଉଦ୍ଧାର ବାଂଲାଦେଶୀ ଯୁବତୀ: ଦେଶକୁ ଫେରି ଯିବାକୁ ଯୁବତୀଙ୍କ ନିବେଦନ

ଯାଜପୁର:ବାଂଲାଦେଶରୁ ଆସି ଭାରତରେ ପହଞ୍ଚିଥିବା ଯୁବତୀ ଯାଜପୁରରେ ଠାବ । ଯୁବତୀ ଜଣଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଯୁବତୀ ଜଣଙ୍କୁ ଯାଜପୁର ୱାନଷ୍ଟପ ସଖୀ କେନ୍ଦ୍ରରେ ରଖାଯାଇଛି । ଅଭିଯୋଗ ମୁତାବକ ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳର ଅଜୟ ଦାସ ନାମକ ବ୍ୟକ୍ତି ଯୁବତୀ ଜଣଙ୍କୁ କୋଲକାତାରେ ଏକ ହୋଟେଲରେ ଦେହ ବ୍ୟବସାୟ କରିବା ପାଇଁ ବିକ୍ରି କରିଦେଇଥିଲେ । ପରେ ଅଜୟଙ୍କ ପୁଅ ସୁରଜ ସହିତ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।

ଧର୍ମଶାଳରୁ ଉଦ୍ଧାର ବାଂଲାଦେଶୀ ଯୁବତୀ: ଦେଶକୁ ଫେରି ଯିବାକୁ ଯୁବତୀଙ୍କ ନିବେଦନ

ଉଭୟ ସୁରଜ ଓ ଯୁବତୀ ବାଙ୍ଗାଲୋରରେ ଦୀର୍ଘ ବର୍ଷେ କାଳ ରହିଥିଲେ । ଏକଥା ବାପା ଅଜୟ ଜାଣିବା ପରେ ପୁଅ ଏବଂ ଯୁବତୀଙ୍କୁ ଆଣି ଧର୍ମଶାଳା ଅଞ୍ଚଳରେ ଜଣଙ୍କ ଘରେ ରଖିଥିଲେ । ଭୟରେ ଯୁବତୀ ଜଣଙ୍କ ସବୁକଥା ଘର ମାଲିକଙ୍କୁ କହିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଧର୍ମଶାଳା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର One stop sakhi କେନ୍ଦ୍ରରେ ଛାଡିଛି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜୟ ଦାସଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୋଲିସ ଯୁବତୀଙ୍କ ଧରି ତଦନ୍ତ ଜାରି ରଖିଥିବା ବେଳେ ଯୁବତୀ ଜଣଙ୍କ ନିଜ ଘରକୁ ଚାଲିଯିବାକୁ ନିବେଦନ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details