ଯାଜପୁର: ଆଜି ହେଉଛି ପବତ୍ର ସୁନିଆଁ । ଆଜିଠାରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜା । ଅପରାହ୍ନରେ ମାଙ୍କ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ୱବରଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆଁରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜା । ଅପରାହ୍ନରେ ମାଙ୍କର ରଥ ନିର୍ମାଣ ପାଇଁ କାଠସଂଗ୍ରହ କାର୍ଯ୍ୟକ୍ରମ ରହିଥିବା ବେଳେ ବିଲ୍ବବରଣ ପୂଜା ଲାଗି ବନଜାଗ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ଏହି ଅବସରରେ ଠାକୁରାଣୀଙ୍କ ପାଖରେ ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ଅନୁସାରେ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ସନ୍ଧ୍ୟାରେ ବଳି ମଣ୍ଡପରେ ବିଧି ମୂତାବକ ଦେବୀ ସାବିତ୍ରୀ ଓ ସରସ୍ବତୀଙ୍କୁ ଆହ୍ବାନ କରି ପୁଜା ଅନୁଷ୍ଠିତ ହୋଇଛି । ତେବେ ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି ।