ଯାଜପୁର:ରାଜ୍ୟ ତଥା ଦେଶରେ ଅନେକ ଏପରି ଅନେକ ରାଜବାଟୀ ରହିଛି ଯାହା ଇତିହାସର ମୁକସାକ୍ଷୀ । ସେପରି ଏକ ରାଜବାଟୀ ରହିଛି ଯାଜପୁରର ବଳରାମପୁର ଗଡରେ । ଯେଉଁଠି ବ୍ରିଟିଶ୍ ଶାସନରୁ ଦେଶ ସ୍ବାଧୀନ ହେବା ପୂର୍ବରୁ ଗଡଜାତ ଶାସନ କାଳରେ ପିଢି ପରେ ପିଢି ରାଜ ପରିବାରର ରାଜା ମାନେ କରଦ ରାଜା ଭାବରେ ଅଞ୍ଚଳକୁ ଶାସନ କରି ଆସୁଥିଲେ ।
ବଳରାମପୁର ଗଡ ରାଜା ବଳରାମ ଧୀର ସିଂ ଦେବଙ୍କ ନାଁ ଅନୁସାରେ ନାମିତ ହୋଇଥିଲା । ପାହାଡ ଉପରେ ଏହି ଗଡଟି ଅବସ୍ଥିତ । 553 ଖ୍ରୀଷ୍ଟାବ୍ଦରେ ନିର୍ମିତ ଏ ରାଜପ୍ରସାଦ ଦେଢ ହଜାର ବର୍ଷ ପୁରୁଣା । ଏହି ରାଜବାଟୀର ଭଗ୍ନାବଶେଷକୁ ଲକ୍ଷ୍ୟ କଲେ ଏହାର କିର୍ତ୍ତି କିମ୍ବଦନ୍ତିର ନମୁନା ସ୍ପଷ୍ଟ ବାରି ହୁଏ । ଆଜି କେବଳ ଏହି ଭଗ୍ନ ରାଜପ୍ରାସାଦଟି ସେହି ଇତିହାସର ମୁକସାକ୍ଷୀ ପାଲଟିଛି ।
ରାଜପ୍ରାସାଦ ନିକଟରେ ରହିଛି ରାଜ ପରିବାର ଦ୍ବାରା ନିର୍ମିତ ଏକ ପ୍ରାଚୀନ ଜଗନ୍ନାଥ ମନ୍ଦିର । ପାହାଡ ପରିବେଷ୍ଟିତ ସବୁଜ ବନାନୀ ଓ ସୁଶୋଭିତ ପରିବେଶରେ ଏହି ରାଜବାଟୀ ଓ ମନ୍ଦିର ବେଶ ମନମୁଗ୍ଧକର । ଏହାର ସୁରକ୍ଷା ଓ ଭିତ୍ତିଭୂମିର ବିକାଶ ସହିତ ଏ ଅଞ୍ଚଳକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସ୍ଥାନୀୟ ଲୋକେ ମତ ଖିଛନ୍ତି।