ଓଡିଶା

odisha

ETV Bharat / state

ଗୋମାଂସ ନେଇ ଯାଉଥିଲେ ବୃଦ୍ଧ, ଧରିଲା ବଜରଙ୍ଗ ଦଳ - ବୃଦ୍ଧକୁ ପୋଲିସ ଜିମା ଦେଲେ ବଜରଙ୍ଗ ଦଳ

ଯାଜପୁର ରୋଡ ଥାନା ରୟାଲ କଳିଙ୍ଗ ହୋଟେଲ ନିକଟରେ ସାଇକେଲରେ ଗୋମାଂସ ନେଇ ଯାଉଥିବା ଜଣେ ବୃଦ୍ଧଙ୍କୁ ଅଟକାଇବା ସହ ତାକୁ ପୋଲିସ ଜିମା ଦେଇଛନ୍ତି ବଜରଙ୍ଗ ଦଳ । ଅଧିକ ପଢନ୍ତୁ...

ଗୋମାଂସ ନେଇ ଯାଉଥିବା ବୃଦ୍ଧକୁ ପୋଲିସ ଜିମା ଦେଲେ ବଜରଙ୍ଗ ଦଳ
ଗୋମାଂସ ନେଇ ଯାଉଥିବା ବୃଦ୍ଧକୁ ପୋଲିସ ଜିମା ଦେଲେ ବଜରଙ୍ଗ ଦଳ

By

Published : Oct 17, 2021, 1:58 PM IST

ଯାଜପୁର: ଦିନକୁ ଦିନ ବଢିବାରେ ଲାଗିଛି ଗୈମାଂସ ଚାଲାଣ । କିଛି ହୋଟେଲ ଏଭଳି ଜଘନ୍ୟ ଅପରାଧ କରୁଥିବା ବେଳେ ରାଜ୍ୟ ବାହାରକୁ ମଧ୍ୟ ଚାଲାଣ ହେଉଥିବା ଜାଣିବାକୁ ମିଳିଛି । ତେବେ ଯାଜପୁର ରୋଡ ଥାନା ରୟାଲ କଳିଙ୍ଗ ହୋଟେଲ ନିକଟରେ ସାଇକେଲରେ ଗୋମାଂସ ନେଇ ଯାଉଥିବା ଏକ ବୃଦ୍ଧକୁ ବଜରଙ୍ଗ ଦଳ ଅଟକାଇବା ସହ ତାକୁ ପୋଲିସ ଜିମା ଦେଇଛନ୍ତି।

ଗୋମାଂସ ନେଇ ଯାଉଥିବା ବୃଦ୍ଧକୁ ପୋଲିସ ଜିମା ଦେଲେ ବଜରଙ୍ଗ ଦଳ

ସୂଚନା ମୁତାବକ ଆଜି(ରବିବାର) ସକାଳୁ କୋରେଇ ଅଞ୍ଚଳର କଂସେଇ ସାହିର ଜଣେ ବ୍ୟକ୍ତି ଏକ ସାଇକେଲରେ ବସ୍ତା ଲୋଡ଼ କରି ନେଇକି ଯାଉଥିଲା। ଯାହାକୁ ବ୍ୟାସନଗର ବଜରଙ୍ଗ ଦଳ ସଦସ୍ୟମାନେ ବସ୍ତାରେ କଣ ନେଇକି ଯାଉଛି ବୋଲି ସନ୍ଦେହରେ ଅଟକାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେହି ବସ୍ତାରେ ୫୦ କେଜିରୁ ଉର୍ଦ୍ଧ୍ବ ଗୋମାଂସ ଥିବା ବଜରଙ୍ଗ ଦଳର କର୍ମକର୍ତ୍ତା ଦେଖିବାକୁ ପାଇଥିଲେ। ଏଥିସହିତ ଗୋମାଂସ ନେଇ ଯାଉଥିବା ବୃଦ୍ଧଙ୍କୁ ଅଟକାଇ ବ୍ୟାସନଗର ବଜରଙ୍ଗ ଦଳ ସଂଯୋଜକଙ୍କୁ ଖବର ଦେଇଥିଲେ। ଶ୍ରୀ ମଲ୍ଲିକ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗୋମାଂସ ନେଇ ଯାଉଥିବା ବୃଦ୍ଧଙ୍କୁ ଯାଜପୁର ରୋଡ ପୋଲିସର ଜିମା ଦେଇଥିଲେ। ତେବେ ଗିରଫ ବୃଦ୍ଧ ଜଣକ କୋରେଇ ଥାନା କଂସେଇସାହିର ଏସକେ ଗାନ୍ଧୀ ବୋଲି ଜଣାପଡିଛି।

ସେପଟେ ଯାଜପୁର ରୋଡ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଏହି କାର୍ଯ୍ୟକ୍ରମରେ କୋରେଇ ପ୍ରଖଣ୍ଡ ବଜରଙ୍ଗ ଦଳର ପ୍ରମୁଖ ଭୂପତିଭୂଷଣ ଦାସଙ୍କ ସମେତ, ବ୍ୟାସନଗର ଅଞ୍ଚଳର ଅନେକ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details