ଓଡିଶା

odisha

ETV Bharat / state

ଫୁଲୁଛି ବୈତରଣୀ, ବିପଦ ସଙ୍କେତ ପାର - ଯାଜପୁରରେ ବର୍ଷା

ଲଘୁଚାପ ଜନିତ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବୈତରଣୀର ଜଳସ୍ତର ବୃଦ୍ଧି ହୋଇଛି । ଜଳସ୍ତର ସକାଳ ୭ଟା ସୁଦ୍ଧା ୧୭.୯୬ରେ ପ୍ରଵାହିତ ହେଉଛି । ଅଧିକ ପଢନ୍ତୁ

ଫୁଲୁଛି ବୈତରଣୀ, ବିପଦ ସଙ୍କେତ ପାର
ଫୁଲୁଛି ବୈତରଣୀ, ବିପଦ ସଙ୍କେତ ପାର

By

Published : Aug 14, 2022, 10:27 AM IST

ଯାଜପୁର:ଲଘୁଚାପ ପ୍ରଭାବରେ ରାଜ୍ୟ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକ ଜଳସ୍ତର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଫଳରେ ରାଜ୍ୟରେ ଛୋଟ ଧରଣର ବନ୍ୟା ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବୈତରଣୀର ଜଳସ୍ତର ବୃଦ୍ଧି ହୋଇଛି ।

ଆଖୁଆପଦା ଠାରେ ବିପଦ ସଂକେତ 17.83 ମିଟର ରହିଥିଵା ଵେଳେ ଜଳସ୍ତର ସକାଳ ୭ଟା ସୁଦ୍ଧା ୧୭.୯୬ରେ ପ୍ରଵାହିତ ହେଉଛି । ଜଳସ୍ତର କ୍ରମଶଃ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଖାଲି ବୈତରଣୀ ନୁହଁ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନାନଦୀର ଜଳସ୍ତର ମଧ୍ୟ ବୃଦ୍ଧି ହୋଇଛି ।

ABOUT THE AUTHOR

...view details