ଯାଜପୁର: ଗତକାଲି(ଶନିବାର) ସାରା ରାଜ୍ୟରେ ବାହୁଡା଼ ଯାତ୍ରା ଶେଷ ହୋଇଯାଇଥିବା ବେଳେ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ଅନୁଷ୍ଠିତ ହେଉଛି ଶ୍ରୀଯିଉଙ୍କ ବାହୁଡା଼ ଯାତ୍ରା । ଗତକାଲି ସୁକିନ୍ଦାରେ ମହାପ୍ରଭୁଙ୍କ ପହଣ୍ଡି ପରେ ସମସ୍ତ ପୂଜା ଉପଚାର କରାଯାଇ ମାତ୍ର ଅଳ୍ପ କେଇ ହାତ ରଥ ଟଣାଯାଇଥିଲା । ଆଜି ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ବାହୁଡା଼ ଯାତ୍ରା । ସାରା ରାଜ୍ୟରେ ବାହୁଡା଼ ଦିନ ରଥା ଟଣାଯାଇ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁଙ୍କ ରଥ ପହଞ୍ଚିଥାଏ । କିନ୍ତୁ, ସୁକିନ୍ଦା ଗଡ଼ରେ କିଛି ନିଆରା ଢଙ୍ଗରେ ପାଳନ ହୁଏ ରଥଯାତ୍ରା । କୁହାଯାଏ ସୁକିନ୍ଦା ଗଡ଼ଜାତ ଅଞ୍ଚଳ ହୋଇଥିବାରୁ ପୁରୀ ରଥଯାତ୍ରାକୁ ସମ୍ମାନ ଜଣାଇ ସେ ସମୟରେ ସୁକିନ୍ଦା ଗଡ଼ର ରାଜା ଏଭଳି ପରମ୍ପରା ଆରମ୍ଭ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସୁଅଛି । ଏଠି ବାହୁଡା଼ ପରଦିନ ଅନୁଷ୍ଠିତ ହୁଏ ବାହୁଡା଼ ଯାତ୍ରା ।
ଆଜି ସୁକିନ୍ଦାରେ ଅନୁଷ୍ଠିତ ହୋଇଛି ବାହୁଡା଼ ଯାତ୍ରା
ସାରା ରାଜ୍ୟରେ ଗତକାଲି ବାହୁଡା ଯାତ୍ରା ହୋଇଥିବା ବେଳେ ଯାଜପୁର ସୁକିନ୍ଦାରେ ଅନୁଷ୍ଠିତ ହେଉଛି ବାହୁଡା ଯାତ୍ରା । ଗତକାଲି ସୁକିନ୍ଦାରେ ମହାପ୍ରଭୁଙ୍କ ପହଣ୍ଡି ପରେ ସମସ୍ତ ପୂଜା ଉପଚାର କରାଯାଇ ମାତ୍ର ଅଳ୍ପ କେଇ ହାତ ରଥ ଟଣାଯାଇଥିଲା । ଆଜି ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ଶ୍ରୀଯିଉଙ୍କ ବାହୁଡା଼ ଯାତ୍ରା । ଅଧିକ ପଢନ୍ତୁ
କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ସୁକିନ୍ଦା ଗଡ଼ରେ ମହାପ୍ରଭୂଙ୍କ ରଥଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ କରୋନା କଟକଣା କୋହଳ ହେବା ପରେ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ଏହି ରଥଯାତ୍ରାରେ ଆଜି ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୂତୟନ କରାଯାଇଛି । ଗତକାଲି ସବୁବର୍ଷ ଭଳି ସୁକିନ୍ଦା ରାଜା ସାହେବ ଭୂଦେଵ ଭୂପତି ହରିଚନ୍ଦନ ମହାପାତ୍ର ଛେରା ପହଁରା କରିବା ପରେ ଗୋଟିଏ ଥର ରଥଟଣା ହୋଇ ବନ୍ଦ ରହିଥିଲା । ଆଜି ଅପରାହ୍ନ ୪ଟାରୁ ପୁରୁଣା ପରମ୍ପରା ଅନୁଯାୟୀ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜିର ଏହି ରଥଯାତ୍ରାରେ ଗ୍ରାମ୍ୟ ଉନ୍ନୟନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଯୋଗ ଦେଇ ମହାପ୍ରଭୁଙ୍କ ରଥ ଟାଣି ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ ।
ଇଟିଭି ଭାରତ, ଯାଜପୁର