ଯାଜପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏହାକୁ ଦେଖି ଜିଲ୍ଲା ପ୍ରଶାସନ ବିଭିନ୍ନ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଜିଲ୍ଲାରେ ବାହାରୁଥିବା ପଜିଟିଭି ଆଧାରରେ ୧୯ଗୋଟି କଣ୍ଟେନ୍ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ସେଥି ମଧ୍ୟରୁ ବ୍ରହ୍ମବରଦା ଓ ସାନତ୍ରିଲୋଚନପୁର ଅଞ୍ଚଳକୁ କଣ୍ଟେନ୍ମେଣ୍ଟରୁ ହଟେଇ ଦିଆଯାଇଛି ।
ଯାଜପୁର ଜିଲ୍ଲାର ୧୭ ଗୋଟି ଅଞ୍ଚଳରେ ସଂକ୍ରମଣକୁ ରୋକିବା ପାଇଁ କଣ୍ଟେନ୍ମେଣ୍ଟକୁ ବଳବତ୍ତର ରଖାଯାଇଛି । ଏହି ଅଞ୍ଚଳର ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ପାଇଁ ଏହି ପ୍ରମୁଖ ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲ ଏଟିଏମ୍ ଭ୍ୟାନ ସଂପୃକ୍ତ ଅଂଚଳକୁ ପ୍ରେରଣ କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ମୋବାଇଲ ଏଟିଏମ୍ ଭ୍ୟାନକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ । ଏହି ଏଟିଏମ୍ ମାଧ୍ୟମରେ ଲୋକମାନେ ଘର ପାଖରେ ଟଙ୍କା ଉଠେଇବାର ସୁବିଧା ପାଇପାରିବେ ବୋଲି ସୂଚନା ଦେଇଛନ୍ତି ।